ରମ୍ଭା ତା -26/12/2023 ( ବନବାସୀ ସେଠୀ ) ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏବଂ ନୋଡାଲ ଅଫିସର ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଗୁରୁ ଏମ. ଅକ୍ଷୟ କୁମାର ସୁବୁଦ୍ଧି ଙ୍କ ଉପସ୍ଥିତରେ ଛାତ୍ର ଛାତ୍ରୀମାନଙ୍କୁ ଯୋଗ ମାଧ୍ୟମରେ ଗୋଟିଏ ମନୁଷ୍ୟ ସୁସ୍ଥ ଶରୀର ସହ ଉନ୍ନତ ମାନର ମତିଷ୍କ ଦ୍ୱାରା ନିଜ ଜୀବନ ର ସମସ୍ତ କାର୍ଯ୍ୟ ଅତି ସହଜ ଓ ସରଳରେ କରିପାରିବେ ବୋଲି ମତ ଦେଇଥିଲେ ଓ ନିଜର ରୁପ ରେଖ, ଲକ୍ଷ୍ୟ, ଉଦ୍ଦେଶ୍ୟ, ସ୍ୱଛତା, ପରିମଳ, ସୁସ୍ଥ ପରିବେଶ ସମେତ ଆନୁସଙ୍ଗିକ ଉପରେ ଆଲୋକପାତ କରିଥିଲେ l ବିଭିନ୍ନ ପ୍ରକାର ର ଯୋଗ ସାଧନା କରି ଦେଖାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପିକା / ଅଧ୍ୟାପକ ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଡ଼ଃ ଶିବ କୁମାର ମିଶ୍ର, ଡ଼ି. ତ୍ରିନାଥ ପ୍ରଧାନ, ଶରତ ଚନ୍ଦ୍ର ଯୋଶୀ, ,ବିଚିତ୍ରା ନନ୍ଦ ସାହୁ, ରୀନା କୁମାରୀ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ସତ୍ୟବାନ ପଣ୍ଡା, ବିଶ୍ୱନାଥ ରଥ, କାଳିଆ ବେହେରା, ରାମଚନ୍ଦ୍ର ନାହାକ,ମାଗୁଣି ବେହେରା,ସାବିତ୍ରୀ, ବୈକୁଣ୍ଠ ନାହାକ , ଧରଣୀ, ଲଳିତେନ୍ଦୁ, ପ୍ରମୋଦ, ଶିବଶଙ୍କର, ପୂର୍ଣ୍ଣଚନ୍ଦ୍ର, ଦୁର୍ଯ୍ୟୋଧନ ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ଯୋଗ କରିଥିଲେ l ପରେ ମିଉଜିକ ଚେୟାର କରାଯାଇଥିଲା l ମହାବିଦ୍ୟାଳୟରେ କ୍ରୀଡା ଶିକ୍ଷକ ନ ଥିବା ହେତୁ ନିମନ୍ତ୍ରିତ କ୍ରୀଡା ଶିକ୍ଷକ ବିରଞ୍ଚି ନାରାୟଣ ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ସମସ୍ତ କ୍ରୀଡା ଅର୍ଥାତ 100/200 ମିଟର ଦୌଡ଼, ଲଙ୍ଗଜମ୍ପ, ହାଇ ଜମ୍ପ ଯାବଲିଙ୍ଗ ଥ୍ରୋ, ଡିସପୁଟ ଥ୍ରୋ, ଖୋକୋ, କବାଡି, ଦଉଡି ଡିଆଁ ସମେତ ବିଭିନ୍ନ ପ୍ରକାର କ୍ରୀଡା ନୀତିନିୟମ ଅନୁସାରେ କରାଯାଇଥିଲା l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…