ମୁମ୍ବଇ: ସୁପରଷ୍ଟାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ‘ଫାଇଟର’ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଦର୍ଶକ ଉତ୍ସାହର ସହ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଲୁକ୍ ପୋଷ୍ଟର ରିଲିଜ ହୋଇଥିଲା। ତେବେ ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ବୁଧବାର ‘ଫାଇଟର’ରୁ ଅନିଲ କପୁରଙ୍କ ଲୁକ୍ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟରରେ କ୍ୟାପ୍ଟେନ ରାକେଶ ଜୟ ସିଂହଙ୍କ ଭୂମିକାରେ ଅନିଲ କପୁରଙ୍କ ଦମ୍ଦାର ଅବତାର ଦେଖିବାକୁ ମିଳିଛି। ଅନିଲ କପୁର ସାମାଜିକ ଗଣମାଧ୍ୟମରେ ଫିଲ୍ମରୁ ତାଙ୍କ ଲୁକ୍ ଶେୟାର କରିଛନ୍ତି। ଏଥିସହ ଏହା ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି।
ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦେଶିତ ‘ଫାଇଟର’ ମାଧ୍ୟମରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।