ସ୍କୁଟି ସହ 25 କେଜୀ ଗଞ୍ଜାଇ ଜବତ, ଚାଲାଣ କାରି ଯୁବକ ଗିରଫ | ଅଜଦିନ 17/3/୨୪ ରିଖ ରବିବାର ଦିନ ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମକୁନ୍ଦ ପୂର ଛକ ରୁ ଏକ ବେଆଇନ ଗଞ୍ଜାଇ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜାଇ ସହ ଏକ ସ୍କୁଟି ଜବତ କରିବା ସହ ଜଣେ ଗଞ୍ଜାଇ ଚୋରା ଚାଲାଣ କାରି ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ସେକେଣ୍ଡ ଅଫିସର ପିଙ୍କିନ ପଟ୍ଟନାୟକ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଏହି ଥାନା ଲକ୍ଷ୍ମୀ ମକୁନ୍ଦ ପୁର ଛକ ନିକଟରେ ଏକ ସ୍କୁଟି କୁ ସନ୍ଦେହ ଜନକ ଅବସ୍ଥା ରେ ଅଟକାଇ ଥିଲେ ।ପଚରା ଉଚରା କରିବା ପରେ ଜଣା ପଡିଲା ଯେ ଉକ୍ତ ସ୍କୁଟି ରେ 25 କେଜି ଏକ ସହ ଗ୍ରାମ ବେଆଇନ ଗଞ୍ଜାଇ ଅଛି |ତେବେ ପୋଲିସ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁ ଙ୍କ ଉପସ୍ଥିତି ରେ ଗଞ୍ଜାଇ କୁ ଓଜନ ଓ ଯାଞ୍ଚ ପରେ କୋଦଳା ଥାନା କୋଦଳା ପଣ୍ଡା ସାହି ର ସୋନୁ ମୁନି ନାମକ ଜଣେ ଯୁବକ ଙ୍କ ସହ ଗଞ୍ଜାଇ ବୋଝେଇ ସ୍କୁଟି ଓ ଡ଼ି 07 ଏ ପି 9930 କୁ ଜବତ କରିଥିବା ଜଣାପଡିଛି |ଉକ୍ତ ବେଆଇନ ଗଞ୍ଜାଇ କୋଦଳା ଠାରୁ ଗୁଜରାଟ ଟ୍ରେନ ଯୋଗେ ଚାଲାଣ ପାଇ ପ୍ରସ୍ତୁତ ହୋଇ ଆସିଥିବା ଏ ସୂତ୍ର ରୁ ଜଣାଅପଡ଼ିଛି l
ଖଲ୍ଲିକୋଟ ରୁ ଅର୍ପଣ ପଟ୍ଟନାୟକ ଙ୍କ ରିପୋର୍ଟ