ମୁମ୍ବାଇ: ଗତ ସପ୍ତାହରେ ରିଲିଜ୍ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଗୋଟିଏ ସପ୍ତାହରେ ସାରା ବିଶ୍ବରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହା ଭିତରୁ କେବଳ ଭାରତରୁ ଆସିଛି ପାଖାପାଖି ୩୫୦ କୋଟି। ଇଏ କିଛି କମ୍ କଥା ନୁହେଁ ଅବଶ୍ୟ। କିନ୍ତୁ ରଣବୀରଙ୍କର ପୂର୍ବ ଫିଲ୍ମ ‘ସଞ୍ଜୁ’ର ରେକର୍ଡ ଭାଙ୍ଗିବାକୁ ହେଲେ ‘ଆନିମଲ୍’କୁ ଆହୁରି ଉପରକୁ ଯିବାକୁ ପଡ଼ିବ। ‘ଆନିମଲ୍’ ତ ଭଲ ବ୍ୟବସାୟ କରୁଛି, ଫିଲ୍ମଟିକୁ ମିଶ୍ରିତ ରିଭ୍ୟୁ ମିଳିଛି। ସମସ୍ତେ ରଣବୀର ଓ ବବି ଦେଓଲ୍ଙ୍କ ଅଭିନୟକୁ ଭାରି ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମର କାହାଣୀକୁ ନେଇ ଲୋକେ ଦି’ଭାଗ ହୋଇ ଯାଇଛନ୍ତି। ଅଧା ଏହାକୁ ଖୁବ୍ ପ୍ରଶଂସା କରୁଥିବାବେଳେ ଅଧା ଦର୍ଶକ ଏଥିରେ ଖୁବ୍ ହିଂସା ପ୍ରଦର୍ଶନ କରାଯାଇଛି କହି କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି। ଏହି ସମାଲୋଚକଙ୍କ ଭିତରେ ସାମିଲ ହୋଇଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ରଣଜିତ ରଂଜନ। ସେ ରାଜ୍ୟସଭାରେ ହିଁ ‘ଆନିମଲ୍’କୁ କଡ଼ା ସମାଲୋଚନା କରିଛନ୍ତି।
ସାଂସଦ ଶ୍ରୀ ରଂଜନ କହିଛନ୍ତି, ‘‘ସିନେମା ସମାଜର ଦର୍ପଣ ଭଳି। ଆମେ ସମସ୍ତେ ଫିଲ୍ମ ଦେଖି ବଡ଼ ହୋଇଛୁ। ଲୋକଙ୍କ ଉପରେ, ବିଶେଷକରି ଯୁବପିଢ଼ି ଉପରେ ସିନେମାର ଖୁବ୍ ପ୍ରଭାବ ରହିଛି। କିନ୍ତୁ ବର୍ତ୍ତମାନ ଆସୁଥିବା ଫିଲ୍ମ, ‘କବୀର ସିଂହ’, ‘ପୁଷ୍ପା’ ଓ ‘ଆନିମଲ୍’ ଆଦିରେ ହିଂସାକୁ ଖୁବ୍ ଉତ୍ସାହିତ କରାଯାଇଛି। ମୋ’ ଝିଅ ଓ ତା’ର କିଛି ବାନ୍ଧବୀ ଏ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମରେ ଥିବା ହିଂସାତ୍ମକ ଦୃଶ୍ୟରେ ସେମାନେ ଏତେ ଆଘାତ ପାଇଥିଲେ ଯେ ହାଫ୍ଟାଇମ୍ରେ ହିଁ ସେମାନେ କାନ୍ଦି କାନ୍ଦି ହଲ୍ରୁ ବାହାରି ଆସିଲେ…।’’
ସାଂସଦଙ୍କ ଯୁକ୍ତି ଗୋଟିଏ ଦିଗରୁ ଠିକ୍। କିନ୍ତୁ ହିଂସାର କଳାତ୍ମକ ଦିଗ ଓ ସତକୁ ସତ ଭାବେ ଦେଖାଇବାର ଯୁକ୍ତି ମଧ୍ୟ ରହିଛି। ତେବେ ଛାଡ଼ନ୍ତୁ, ଆମେ ସେତେ ଗହନ ପ୍ରସଙ୍ଗ ଭିତରକୁ ଏବେ ଯିବାନି।
Simply want to say your article is as surprising.
The clarity on your submit is simply excellent and that i can suppose you are a professional in this
subject. Fine with your permission let me to take
hold of your RSS feed to keep updated with imminent post.
Thank you one million and please carry on the rewarding
work.
It’s nearly impossible to find knowledgeable people in this particular subject, however, you sound like you know what you’re
talking about! Thanks
An impressive share! I’ve just forwarded this onto a friend who
has been doing a little homework on this. And he in fact ordered me dinner because I found it for him…
lol. So let me reword this…. Thanks for the meal!!
But yeah, thanks for spending time to discuss this subject
here on your website.