ରମ୍ଭା ତା -28/12/2023 ( ବନବାସୀ ସେଠୀ ) ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଏବଂ ନୋଡାଲ ଅଫିସର ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟଙ୍କ ନେତୃତ୍ୱରେ ଶିକ୍ଷାନୁଷ୍ଠାନ ର କଳାକାର ଛାତ୍ର ଛାତ୍ରୀଙ୍କୁ ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ମେଜର ରମlରମାଣ ପାଢ଼ୀ,ସମ୍ମାନିତ ଅତିଥି ରମ୍ଭା ଏନ. ଏ. ସି. ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ, ସୁବାଷ ଚନ୍ଦ୍ର ପଣ୍ଡା , + ୩ ଓଡ଼ିଆ ଅଧ୍ୟକ୍ଷ ଡ଼ଃ ଭାସ୍କର ଚନ୍ଦ୍ର ମୁଦୁଲି ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ରୁପ ରେଖ, ଲକ୍ଷ୍ୟ, ଉଦ୍ଦେଶ୍ୟ, କ୍ରୀଡା, ସାଂସ୍କୃତିକ, ସମାଜ ମଙ୍ଗଳ କାର୍ଯ୍ୟକ୍ରମ, ୫ ଟି ଓଡିଶାକୁ ବାରମ୍ବାର ଦୁର୍ବିପାକ ଆସୁଥିବା, ଦାରିଦ୍ର ଦୂରୀକରଣ, ଅନାହାର, ଅପପୃଷ୍ଟି, ମାତୃ ମୃତ୍ୟୁ ହlର ସମେତ ଅନେକ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦୂରୀକରଣ କରାଯାଇଥିବା ବିଧାୟକ ପ୍ରକାଶ କରିଛନ୍ତି l
ସାମୁହିକ ପ୍ରଦୀପ ପ୍ରଜ୍ବଳନ ସହ ବେଦପାଠ ସୁରେନ୍ଦ୍ର ନାଥ ମିଶ୍ର ଶର୍ମା ଓ ପ୍ରାରମ୍ବିକ ସଙ୍ଗୀତ ସୌଦାମିନୀ, ଲଷ୍ମୀ, ମିନା, ଅର୍ପିତା, ଅଙ୍କିତା, ଆରତୀ ତନିଷା, ପ୍ରମୁଖ ଗାନ କରିଥିଲେ l ଏଥି ସହିତ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ନିମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ରହିଥିଲେ l ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ / ଅଧ୍ୟାପିକା ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଡ଼ଃ ଶିବ କୁମାର ମିଶ୍ର, ଡ଼ି. ତ୍ରିନାଥ ପ୍ରଧାନ, ଶରତ ଚନ୍ଦ୍ର ଯୋଶୀ, ,ବିଚିତ୍ରା ନନ୍ଦ ସାହୁ, ରୀନା କୁମାରୀ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ସତ୍ୟବାନ ପଣ୍ଡା, ବିଶ୍ୱନାଥ ରଥ, କାଳିଆ ବେହେରା, ରାମଚନ୍ଦ୍ର ନାହାକ,ମାଗୁଣି, ସାବିତ୍ରୀ, ବୈକୁଣ୍ଠ ନାୟକ , ଧରଣୀ, ଲଳିତେନ୍ଦୁ, ପ୍ରମୋଦ, ଶିବଶଙ୍କର, ପୂର୍ଣ୍ଣଚନ୍ଦ୍ର, ଦୁର୍ଯ୍ୟୋଧନ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଖେଳ କୁଦର କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସିନ ବ୍ୟକ୍ତିମାନଙ୍କ ଦ୍ୱାରା ମାନପତ୍ର ଓ କପ ପ୍ରଦାନ କରାଯାଇଥିଲା l ଶେଷରେ ମହିଷାସୁର ମର୍ଦିନୀ ନୃତ୍ୟ ନାଟିକା ଓ ନୃତ୍ୟର ତାଳେ ତାଳେ କଳାକାର ଛାତ୍ର ଛାତ୍ରୀ ମାନଙ୍କର ଡେନ୍ସରେ ଦୁଲୁକି ଥିଲା ମଞ୍ଚ l ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ଦାଶ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ……