ରମ୍ଭା ତା -:27.12.2023 ( ବନବାସୀ ସେଠୀ ) ସ୍ଥାନୀୟ ହାଇସ୍କୁଲ ସ୍ଥିତ ମିନି ଷ୍ଟାଏଡିୟମ ଠାରେ ସରୋଜିନୀ ସୁବୁଦ୍ଧି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କପ 2023 ୫ ମ ଦିନରେ ରାମେଶ୍ୱର କ୍ରିକେଟ କ୍ଲବ ଗୁଣପୁର ସହ ଏନ. ଏନ. ଏସ. ଉତ୍ତରପ୍ରଦେଶଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଯାଇଛି l ଟସ ଜିତି ପ୍ରଥମ ବେଟିଂରେ 20 ଓଭର 9 ବିକେଟ 193 ରନ କରି ବିଜେତା ଘୋଷଣା ହୋଇଥିବା ବେଳେ ରାମେଶ୍ୱର କ୍ରିକେଟ କ୍ଲବ ଗୁଣପୁର 16.1 ଓଭର ରେ 100 ରନ କରି ଅଲ ଆଉଟ ହୋଇ ପରାସ୍ତ ହୋଇଥିଲେ l
ଏଥିରେ ରମ୍ଭା କ୍ରିକେଟ କପ ସମିତି ର ଅଧ୍ୟକ୍ଷ ଟି. ବାପୁଜୀ ସୁବୁଦ୍ଧି,ସଭାପତି ସିମାଞ୍ଚଳ ବlଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ସହସମ୍ପାଦକ କ୍ଷେତ୍ର ମୋହନ ବେହେରା,, ତପନ ସାମନ୍ତ ପ୍ରମୁଖ ମଞ୍ଚାସିନ ହୋଇ ମେନ ଅଫ ଦୀ ମେଚ ବିବେଚିତ ହୋଇଥିବା ସୌରଭ ଶୁକ୍ଲାଙ୍କୁ କପ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାଷ୍ୟକାର ସଚିନ ଗୌଡ଼ ଓ ମହେଶ ମୁନ୍ଦ୍ରା ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ପାନେଲ ର ଏମ୍ପାୟାର ଦେବବ୍ରତ ଦାସ ଓ ସାର୍ଥକ ରଞ୍ଜନ ବିଶ୍ୱାଳ, ସ୍କୋରର ସତ୍ୟନାରାୟଣ ପରିଡା ଯୋଗ ଦେଇଥିଲେ l ରମ୍ଭା କ୍ରିକେଟ କ୍ଳବର ସଦସ୍ୟ କାହ୍ମା ସ୍ୱାଇଁ, ହିମାଂଶୁ ବୈଠାରୁ, ପ୍ରଫୁଲ୍ଲ ତରାଇ, ସନ୍ଦୀପ କୁମାର, ଜିଲ୍ଲୁ, ସିଲୁ, ଜଗନ୍ନାଥ ପାତ୍ର, ଧୀରଜ, ଧର୍ଯ୍ୟ ସୌମ୍ୟ, ମନୋଜ, ଝରଣା, ଜୁଲ୍ଲୀ, ମିନତୀ ପ୍ରମୁଖ ସହଯୋଗ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…..