ରମ୍ଭା :ତା -20/03/2024 (ବନବାସୀ ସେଠୀ ) ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଋଷିକୁଲ୍ୟା କଇଁଚ ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ବିଶିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଘର ଚଟିଆ ପକ୍ଷୀଟିର ସୁରକ୍ଷା, ବଂଶ ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଜୀବଟିର ସଂରକ୍ଷଣ ପାଇଁ ଯୁବ ପରିବେଶବିତ ଶ୍ରୀ ସାହୁ ଙ୍କ ପ୍ରଶଂସନୀୟ ଉଦ୍ୟମ ଓ ପୁରୁଣାବନ୍ଧ ଗ୍ରାମବାସୀ ଙ୍କ ସହଯୋଗ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ l ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତିଲତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଉକ୍ତ ନିରୀହ ଜୀବଟିର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଶପଥ ନେଇଥିଲେ l ଆଉ ସେହି ପୁରୁଣା ଛଣ ଛପର ଘର ନାହିଁ, ଚାରିଆଡେ କୋଠା, ବିଲଡିଂ ଦ୍ୱାରା ଘର ଚଟିଆ ର ଵାସ ହୀନ ହୋଇଯାଇଛି l ତେଣୁ ଏହାର ସୁରକ୍ଷା ପାଇଁ ନିହାତି ଜନ ସଚେତନତା ଆବଶ୍ୟକ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….