ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ଓଡିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା। ଆଲୋଚନା ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାନୁଆରିରେ ଓଡିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ। ଏହାକୁ ଏଆଇସିସି ଗ୍ରହଣ କରି ଓଡିଶାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ରେ ଆୟୋଜନ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି।