ରମ୍ଭା ତା -:31.12.2023 ( ବନବାସୀ ସେଠୀ ) ସ୍ଥାନୀୟ ହାଇସ୍କୁଲ ସ୍ଥିତ ମିନି ଷ୍ଟାଡିୟମ ଠାରେ ସରୋଜିନୀ ସୁବୁଦ୍ଧି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କପ 2023 ୯ ମ ଦିନରେ ଏନ. ଏନ.ଏସ. ସହ ଆଇ. ସି. ସି. ଇଛାପୁରମ ମଧ୍ୟରେ ପ୍ରତିଯୋଗିତା ହୋଇଯାଇଛି l ପ୍ରଥମେ ମହିଳା କ୍ରିକେଟ ହୋଇଥିଲା l ତାପରେ ଉତ୍ତରପ୍ରଦେଶ ଟସ ଜିତି ପ୍ରଥମ ବୋଲିଂରେ 20 ଓଭର ଅଲ ଅlଉଟ 163 ରନ କରି ବିଜେତା ଘୋଷଣା ହୋଇଥିବା ବେଳେ ଇଚ୍ଛାପୁରମ 20 ଓଭର ରେ 7 ବିକେଟ ପତନରେ 157 ରନ କରି ପରାସ୍ତ ହୋଇଥିଲେ l
ଏଥିରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଓଡ଼ିଶା କଳିଙ୍ଗ ବୈଶ୍ୟ ସଂଘ ସଭାପତି ଟି. କେଦାରନାଥ ସୁବୁଦ୍ଧି, ବିଶିଷ୍ଟ ବ୍ୟବସୟୀ ଟି. ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି,, ବିଜେପି କାର୍ଯ୍ୟକାରିଣୀ ସଭାପତି ପ୍ରଶାନ୍ତ କୁମାର କର,ରମ୍ଭା ଏନ. ଏ. ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆଶାଲତା ରଚମାଳା, ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ, ସଞ୍ଜୀବ ରାଉଳ, କେ. ରଘୁନାଥ ରେଡ୍ଡୀ, ନୀତେଶ କୁମାର ସେନାପତି, ମୁନlପାତ୍ର ଏବଂ ରମ୍ଭା କ୍ରିକେଟ କପ ସମିତି ର ଚେୟାରମ୍ୟାନ ଟି. ବାପୁଜୀ ସୁବୁଦ୍ଧି,ସଭାପତି ସିମାଞ୍ଚଳ ବlଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ସହସମ୍ପାଦକ କ୍ଷେତ୍ର ମୋହନ ବେହେରା , ଫିଟନେସ ସ୍କାଏର ଜିମ ଓନେର ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ମେନ ଅଫ ଦୀ ମେଚ ବିବେଚିତ ହୋଇଥିବା ଉତ୍ତରପ୍ରଦେଶର ନିଶାନ୍ତ ସିଂ ଙ୍କୁ ଏବଂ ମେନ ଅଫ ଦୀ ସିରିଜ ଏସ. ଡ଼ି .ଏନ.ପ୍ରସାଦ ଇଚ୍ଛାପୁରମ ଙ୍କୁ କପ ପ୍ରଦାନ କରିଥିଲେ l ରମ୍ଭା ର କ୍ରିକେଟ ଗୌରବ ପ୍ରଫୁଲ୍ଲ ତରାଇ ଓ ଜୁଲ୍ଲୀ ବେହେରା ଙ୍କୁ ସିଲ କପ ପ୍ରଦାନ କରିବା ସହ ସମସ୍ତ ସଦସ୍ୟଙ୍କୁ ସିଲ ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭାଷ୍ୟକାର ବିଧାନ ନାୟକ,ଶ୍ରୀକାନ୍ତ ନାହାକ,ମହେଶ ମୁନ୍ଦ୍ରା ଓ ସନ୍ତୋଷ କୁମାର ନାହାକ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ପାନେଲ ର ସ୍କୋରର ସତ୍ୟନାରାୟଣ ପରିଡା ଏମ୍ପାୟାର ସୁକାନ୍ତ କୁମାର ପଣ୍ଡା, ହିମାଂଶୁ ବୈଠାରୁ ଓ ସନ୍ତୋଷ କୁମାର ସାହାଣୀ ଯୋଗ ଦେଇଥିଲେ ll ରମ୍ଭା କ୍ରିକେଟ କ୍ଳବର ସଦସ୍ୟ କାହ୍ମା ସ୍ୱାଇଁ, ସଚିନ ଗୌଡ଼, ସନ୍ଦୀପ କୁମାର, ଜିଲ୍ଲୁ, ସିଲୁ, ଜଗନ୍ନାଥ ପାତ୍ର, ଧୀରଜ, ଧର୍ଯ୍ୟ ସୌମ୍ୟ, ମନୋଜ, ଝରଣା, ମିନତୀ ପ୍ରମୁଖ ସହଯୋଗ କରିଥିଲେ l ଏହି କ୍ରିକେଟ ଖେଳ ଶାନ୍ତି ଶୃଙ୍ଖଳା ର ସହ ହୋଇଥିବାରୁ ଶେଷରେ ବିବେକାନନ୍ଦ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରମ୍ଭାରୁ ବାମବାସୀ ସେଠୀଙ୍କ ରିପୋର୍ଟ…