ମୁମ୍ବାଇ: ‘ଆନିମଲ୍’ ଫିଲ୍ମ ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବବି ଦେଓଲ। ଫିଲ୍ମରେ ଥିବା ତାଙ୍କ ଗୀତ ‘ଜମାଲ୍ କୁଡୁ’ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି। ଏହି ଗୀତଟି ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେପଟେ ଇନଷ୍ଟାଗ୍ରାମରେ ଈଶା ଦେଓଲ୍ ନିଜ ସାବତ ଭାଇଙ୍କ ଗୀତରେ ଝୁମୁଥିବାର ଭିଡିଓ ସାମ୍ନାକୁ ଆସିଛି। ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ନିଦେ୍ର୍ଦଶିତ ଫିଲ୍ମ ‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଉଛି। ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ପ୍ରତିକ୍ରିୟା ମିଳୁଛି। ‘ଆନିମଲ୍’ ଫିଲ୍ମ ରିଲିଜ୍ ହେବା ସହିତ ବବି ଦେଓଲଙ୍କ ‘ଏଣ୍ଟ୍ରି’ ଗୀତ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ସେପଟେ ଇନଷ୍ଟାଗ୍ରାମରେ ଇଶା ଦେଓଲ୍ ନିଜ ସାବତ ଭାଇଙ୍କ ଗୀତରେ ଝୁମୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେପଟେ ବବି ଦେଓଲ ‘ଆନିମଲ’ ଫିଲ୍ମରେ ନିଜର ଦମଦାର ଅଭିନୟ ପାଇଁ ବହୁତ ପ୍ରଶଂସା ପାଉଛନ୍ତି।