ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏକଥାକୁ ସ୍ୱୀକାର କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଂଗେ | ସେ କହିଛନ୍ତି ଯେ କୋର୍ଟରେ ମାମଲା ଥିବାରୁ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିନି । ଆଶା କରୁଛୁ ଏହି ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅର୍ଡର ମିଳିଯିବ। ବିଏମସି କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତ ଅଛି । ମଞ୍ଚେଶ୍ୱର ଅଂଚଳରେ ୨୫୦ କୁକୁର କେନେଲ ତିଆରି ହୋଇଛି। ବୈଜ୍ଞାନିକ ପ୍ରକ୍ରିୟାରେ କୁକୁରଙ୍କ ପାଇଁ ହସ୍ପିଟାଲ ତିଆରି ହୋଇଛି । ଅସ୍ତ୍ରୋପଚାର ହୋଇପାରିବ । ଦିନକୁ ୧୦୦ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯିବାର ବ୍ୟବସ୍ଥା ରହିଛି। କୋର୍ଟ ଅର୍ଡର ମିଳିଲା ମାତ୍ରେ କାମ ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । ବର୍ତ୍ତମାନ ରାଜଧାନୀରେ କୁକୁରଙ୍କ ସଂଖ୍ୟା ଅଧିକ ରହିଛି। ଆଉ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବନ୍ଧ୍ୟାକରଣ ହିଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି |