ରମ୍ଭା:ତା -୨୪/୧୨/୨୦୨୩ ସ୍ଥାନୀ ୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋବିଂଶତମ ବାର୍ଷିକୋତ୍ସବ ଏମ. ନରସିଂହ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଓ କୁନା କୁନି କଳାକାରଙ୍କ ନୃତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମଞ୍ଚlସିନ ବ୍ୟକ୍ତିମାନଙ୍କ ଦ୍ଵାରା ସାମୁହିକ ଦ୍ୱୀପ ପ୍ରଜ୍ଜ୍ୱଳନ ହେବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ସଂମ୍ପ।ଦକ ପ୍ରସନ୍ନ କୁମାର ମିଶ୍ର। ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଧର ପ୍ରଧାନ। ପ୍ରାରମ୍ଭିକ ସଙ୍ଗୀତ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗାନ କରାଯାଇଥିବା ବେଳେ କମିଟି ସଦସ୍ୟା ସରିତା ସେଠୀ ଓ ଝୁଲି ମିଶ୍ରଙ୍କ ଦ୍ୱାରା ଅତିଥି ମାନଙ୍କୁ ଫୁଲ ତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ପ୍ରାକ୍ତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ବ୍ରହ୍ମପୁର ହୃଶିକେଶ ପାଣିଗ୍ରାହୀ,ଓଡିଶା ଦକ୍ଷିଣ ପୂର୍ବ ସମ୍ଭାଗ ରାମ ପ୍ରସାଦ ପଟ୍ଟନାୟକ, ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମାନସୀ ସ୍ୱାଇଁ, ପ୍ରାକ୍ତନ ସଭାପତି ଟି.ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ମଞ୍ଚ।ସିନ ହୋଇଥିଲେ l
ଏଥିରେ ପ୍ରାକ୍ତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ହୃଶିକେଶ ପାଣିଗ୍ରାହୀ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ, ଦର୍ଶକ ଓ ଗ୍ୟାଲିରୀରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ ଦୁଇ ଗୋଟି ସମ୍ବ।ଳୁଆ ମୁନିକା ଗଛରେ ଚଢିଥିବା କାହାଣୀ, ଆବ୍ର।ହମ ଲିଙ୍କନ, ଚେଷ୍ଟା, ସଂକଳ୍ପ, ନିଷ୍ଠା, କର୍ତ୍ତବ୍ୟ ବୋଧ ଅଛି ତାହାହେଲେ ଲକ୍ଷ୍ୟ ସ୍ଥଳରେ ଆମେ ପହଂଚିପାରିବା ବୋଲି ଅଭିବ୍ୟକ୍ତି କରିଥିଲେ। ତତ୍ ସହିତ ଗୁଜୁରାଟ ଠାରୁ ଗୌହlଟି ପର୍ଯ୍ୟନ୍ତ ଓ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ନିଜର ସଙ୍ଗୀତ ଗାନ କରି ପରିଚୟ ସୃଷ୍ଟି କରିଥିଲେ।ଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ବିଷୟ ବସ୍ତୁ ଉପରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚ।ସିନ ବ୍ୟକ୍ତିମାନେ ମାନପତ୍ର ସହ କପ ପୁରସ୍କାର ଦିଆଯାଇଥିଲା। ପରି ଶେଷରେ ସୁଦର୍ଶନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ସଂଧ୍ୟାରେ କୁନା କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସମ୍ବଲପୁରୀ ଡ୍ୟାନ୍ସ ଦର୍ଶକଙ୍କୁ ଆତ୍ମବିଭୋର କରିବା ସହ ଏକ ଲୟରେ ଲାଖି ରହିଥିବା ଲକ୍ଷ୍ୟ କରାଯାଇଥିଲା।କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ସହ ଶିକ୍ଷା ଅନୁଷ୍ଠାନର ଗୁରୁଜୀ ଗୁରୁମା ଓ ମଉସା ମାଉସୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….