ରମ୍ଭା ତା -25/12/2023 ସ୍ଥାନୀୟ ଲଣ୍ଡନ କିଡ଼ସ ପବ୍ଲିକ ସ୍କୁଲରେ ଖ୍ରୀଷ୍ଟମାସ ଡେ଼ ଓ ନୂତନ ବର୍ଷ ପ୍ରିନସିପାଲ ସୁଶ୍ରୀ ବେଣୁ ବେଜଙ୍କ ଅଧକ୍ଷତାରେ ପାଳନ କରାଯାଇଛି ଏବଂ ଆଜିଠୁ ଖ୍ରୀଷ୍ଟମାସ ଛୁଟି ଘୋଷଣା କରାଯାଇଛି। ୨୦୨୩ ବର୍ଷର ଶେଷ କାର୍ଯ୍ୟ ଦିବସ ଦିନ ପିଲା ମାନଙ୍କ ପାଇଁ ନୂତନ ବର୍ଷ ର ଅଭିନନ୍ଦନ ସହ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଗଲା। ପିଲାମାନଙ୍କ ଦ୍ଵାରା ସାନ୍ତା ଟୋପି ଏବଂ ଖ୍ରୀଷ୍ଟମାସ ଗଛ କୁ ତିଆରି କରାଯାଇଥିଲା। ଶିକ୍ଷୟତ୍ରୀ କବିତା ବେହେରା ସାଣ୍ଟା କ୍ଳସ ର ରୂପରେ ଆସି କୁନି କୁନି ପିଲାମାନଙ୍କୁ ଉପହାର ଏବଂ ଚକୋଲେଟ ବିତରଣ କରିଥିଲେ।ଏବଂ ନାଚ ଗୀତ ସହ ସ୍କୁଲ ପରିସରରେ ପିଲାଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା l
ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ ମେମ, ସାର ବିଭୁ ପ୍ରସାଦ ରଥ, ନାରାୟଣ ନାୟକ, ଶିକ୍ଷୟିତ୍ରୀ ସନ୍ତୋଷିନୀ ବେହେରା,ସଂନ୍ଧ୍ୟା ରାଣୀ, ତୁଲାସା, ଡ଼ଲ୍ଲୀ, ଜୟଶ୍ରୀ, ବର୍ଷା, ମଧୁ ସୁଦନ ସମେତ ସହଯୋଗ କରିଥିଲେ l ସ୍କୁଲର ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ……