ରମ୍ଭା ତା -:24.12.2023 ସ୍ଥାନୀୟ ହାଇସ୍କୁଲ ସ୍ଥିତ ମିନି ଷ୍ଟାଏଡିୟମ ଠାରେ ସରୋଜିନୀ ସୁବୁଦ୍ଧି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କପ 2023 ଉଦଘାଟନ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ରମ୍ଭା ଏନଏସି ଅଧ୍ୟକ୍ଷା ମାନସି ସ୍ୱାଇଁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ,ସଂଜୀବ ରାଉଳ ,ରମ୍ଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋପିନାଥ ବେହେରା,ରମ୍ଭା ହାଇସ୍କୁଲ ପରିଚାଳନା କମିଟି ସଭାପତି ଆଇନଜୀବୀ ସୁବାଷ ଚନ୍ଦ୍ର ପତି ,ବିଶିଷ୍ଟ ବ୍ୟବସାୟୀ ଟି. ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ରମ୍ଭା କ୍ରିକେଟ କପ ସମିତି ଅଧ୍ୟକ୍ଷ ଟି. ବାପୁଜୀ ସୁବୁଦ୍ଧି, ସଭାପତି ସୀମାଞ୍ଚଳ ବାଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟନାୟକ, ସହ ସମ୍ପାଦକ କ୍ଷେତ୍ର ମୋହନ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ l ଉକ୍ତ ଉଦଘାଟନି ମ୍ୟାଚରେ ବରମୁଣ୍ଡା କ୍ଳବ ଭୁବନେଶ୍ୱର ଏବଂ ଲିଡ଼ସ କ୍ରିକେଟ କ୍ଳବ ବ୍ରହ୍ମପୁର ମଧ୍ୟରେ 20 ଓଭର ବିଶିଷ୍ଠ ଖେଳ ହୋଇ ଯାଇଥିଲା l ପ୍ରଥମେ ବ୍ୟାଟିଙ୍ଗ କରି ଲିଡ଼ସ 201 ରନ କରିଥିବା ବେଳେ ଦ୍ୱିତୀୟରେ ବ୍ୟାଟିଙ୍ଗ କରି ବରମୁଣ୍ଡା କ୍ରିକେଟ କ୍ଳବ 114 ରନ କରି ସମସ୍ତ ବିକେଟ ହରାଇ ପରାସ୍ତ ହୋଇଥିଲା
l ଏହି ଟୁର୍ନାମେଣ୍ଟରେ ଶିବ ପ୍ରସାଦ ପଣ୍ଡା ମ୍ୟାନ ଅଫ ଦା ମ୍ୟାଚ ବିବେଚିତ ହୋଇଥିଲେ l ଶେଷରେ ରମ୍ଭା ଫିଟନେସ ସ୍କେlର ର ପ୍ରୋପଇଟର ପ୍ରତାପ ଚନ୍ଦ୍ର ପ୍ରଧାନ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ l ବହୁ ଖେଳ ପ୍ରେମୀ ଏହି ଖେଳକୁ ଦେଖିବାକୁ ଆସିଥିବା ବେଳେ ରମ୍ଭା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ କାହ୍ନା ସ୍ୱାଇଁ, ସଚିନ ଗୌଡ଼, ସନ୍ଦୀପ କୁମାର, ଜିଲୁ, ପ୍ରଫୁଲ୍ଲ ତରେଇ, ରୁଦ୍ର, ସିଲୁ, ଜଗନ୍ନାଥ ପାତ୍ର, ଧୀରଜ, ଧର୍ଯ୍ୟ, ସୌମ୍ୟ, ମନୋଜ ଗୌଡ଼,ଝରଣା, ଜୁଲ୍ଲୀ, ମିନତୀ, ସମେତ ସହଯୋଗ କରିଥିଲେ l ଆସନ୍ତା 27 ତାରିଖରେ ଉତ୍ତର ପ୍ରଦେଶ କୁ ଗୁଣପୁର ଏକ ଧମାକାଦାର ମ୍ୟାଚ ହେବ ବୋଲି ସଭାପତିଙ୍କ ଠାରୁ ପ୍ରକାଶ l ଆଜି ଅର୍ଥାତ 25 ତାରିଖରେ ଅଲଫା ସ୍ପୋର୍ଟିଂ କ୍ଳବ ବ୍ରହ୍ମପୁର ସହ ରାମେଶ୍ୱର ସ୍ପୋର୍ଟିଂ କ୍ଳବ ବ୍ରହ୍ମପୁର ଏକ ମ୍ୟାଚ ହୋଇଥିଲା l ଏଥିରେ ରାମେଶ୍ୱର 19.2 ଓଭର ରେ 157 ରନ କରି ଅଲ ଆଉଟ ହୋଇଥିବା ବେଳେ ଅଲଫା ସ୍ପୋର୍ଟିଂ କ୍ଳବ ବ୍ରହ୍ମପୁର 13 ଓଭର ରେ 163 ରନ କରି ୩ ବିକେଟରେ ବିଜୟୀ ହୋଇ ଥିଲେ l ମ୍ୟାନ ଅଫ ଦୀ ମ୍ୟାଚ ବି. ସନ୍ତୋଷ କୁମାର ପାତ୍ର ପାଇଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ……