ରମ୍ଭା :19,1 ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତା ଅଧକ୍ଷ ନିରଞ୍ଜନ ରଥ ଙ୍କ ଅଧକ୍ଷତାରେ ଉଦଘାଟିତ ହୋଇଯାଇଛି l ନୋଡାଲ ଅଫିସର ଗୌରହରି ବେହେରାଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ l ସଂଯୋଜିକା ବନିତା ଶତପଥୀ ସଭା ପରିଚାଳନା କରିଥିଲେ l
ଅଧ୍ୟାପକ ଭାରତ ନାହାକ,ସୁଧିର କାନ୍ତ ପାଢ଼ୀ ଅଧ୍ୟାପିକା ଶର୍ମିଷ୍ଟା ସାମନ୍ତରାୟ ପ୍ରମୁଖ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ର ସୁରକ୍ଷା ଉପରେ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବାପୁଜୀ ନାୟକ,ଜଗଦିଶ ବିଶ୍ୱାଳ,ବିନାୟକ ସାହୁ, ମୋହନ କୁମାର ପଣ୍ଡା,ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l ପ୍ରାରମ୍ଭରେ ଜଗନ୍ନାଥ ଭଜନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…..