ରମ୍ଭା ତା – 19/01/2024 ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତା ଅଧକ୍ଷ ଡ଼ଃ.ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି l ସାମୁହିକ ପ୍ରଦୀପ ପ୍ରଜ୍ବଳନ ସହ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ବିକ ସଙ୍ଗୀତ ଗାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପକ ନୋଡାଲ ଅଫିସର ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ l ସଂଯୋଜକ ଭାବେ ପ୍ରାଧ୍ୟାପକ ଡ଼ଃ. ଗୋବିନ୍ଦ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ,,ଅଧ୍ୟାପକ କାଳୁ ଚରଣ ଜେନା, ପ୍ରମୁଖ ମଞ୍ଚାସିନ ହୋଇ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ର ସୁରକ୍ଷା ଉପରେ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅମର ନାୟକ,ଶରତ ଚନ୍ଦ୍ର ଯୋଷୀ , ରାଜେନ୍ଦ୍ର ନାହାକ, ଲଳିତେନ୍ଦୁ ବେହେରା, କାଳିଆ ବେହେରା, ପ୍ରମୋଦ ଚନ୍ଦ୍ର ପଣ୍ଡା, ବିଶ୍ୱ ନାଥ ରଥ, ସୁରେନ୍ଦ୍ର ନାଥ ମିଶ୍ର, ସତ୍ୟବାନ ପଣ୍ଡା, ଶିବ ଶଙ୍କର ପଣ୍ଡା, ବିଦ୍ୟାଧର ବାରିକ, ବୈକୁଣ୍ଠ ନାହାକ, ଧରଣୀ ଧର ମଲିକ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…..