ରମ୍ଭା ତା -:29.12.2023 ( ବନବାସୀ ସେଠୀ ) ସ୍ଥାନୀୟ ହାଇସ୍କୁଲ ସ୍ଥିତ ମିନି ଷ୍ଟାଏଡିୟମ ଠାରେ ସରୋଜିନୀ ସୁବୁଦ୍ଧି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କପ 2023 ୭ ମ ଦିନରେ ଟାଉନ କ୍ଲବ ଭୁବନେଶ୍ୱର ସହ ଆଇ. ସି. ସି. ଇଛାପୁରମ ମଧ୍ୟରେ ପ୍ରତିଯୋଗିତା ହୋଇଯାଇଛି l ଟସ ଜିତି ପ୍ରଥମ ବୋଲିଂରେ 16.3 ଓଭର 4 ବିକେଟ 155 ରନ କରି ବିଜେତା ଘୋଷଣା ହୋଇଥିବା ବେଳେ ଟାଉନ କ୍ଲବ ଭୁବନେଶ୍ୱର 20 ଓଭର ରେ 8 ବିକେଟ 154 ରନ କରି ପରାସ୍ତ ହୋଇଥିଲେ l
ଏଥିରେ ମୁଖ୍ୟ ଅତିଥି କଳିଙ୍ଗ ବୈଶ୍ୟ ସଂଘ ସଭାପତି ଏମ ନରସିଂହ ସୁବୁଦ୍ଧି ଏବଂ ରମ୍ଭା କ୍ରିକେଟ କପ ସମିତି ର ଚେୟାରମ୍ୟାନ ଟି. ବାପୁଜୀ ସୁବୁଦ୍ଧି,ସଭାପତି ସିମାଞ୍ଚଳ ବlଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ସହସମ୍ପାଦକ କ୍ଷେତ୍ର ମୋହନ ବେହେରା ଟି.ବୁଦ୍ଧଦେବ ସୁବୁଦ୍ଧି ପ୍ରମୁଖ ମଞ୍ଚାସିନ ହୋଇ ମେନ ଅଫ ଦୀ ମେଚ ବିବେଚିତ ହୋଇଥିବା ତିରୁପତି ରାଓ ଙ୍କୁ କପ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାଷ୍ୟକାର ଶ୍ରୀକାନ୍ତ ନାହାକ ଓ ମହେଶ ମୁନ୍ଦ୍ରା ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ପାନେଲ ର ସ୍କୋରର ସତ୍ୟନାରାୟଣ ପରିଡା ଏମ୍ପାୟାର ପ୍ରସନ୍ନ କୁମାର ପାଢ଼ୀ ଓ ହିମାଂଶୁ ବୈଠାରୁ ଯୋଗ ଦେଇଥିଲେ l ରମ୍ଭା କ୍ରିକେଟ କ୍ଳବର ସଦସ୍ୟ କାହ୍ମା ସ୍ୱାଇଁ, ସଚିନ ଗୌଡ଼,ପ୍ରଫୁଲ୍ଲ ତରାଇ, ସନ୍ଦୀପ କୁମାର, ଜିଲ୍ଲୁ, ସିଲୁ, ଜଗନ୍ନାଥ ପାତ୍ର, ଧୀରଜ, ଧର୍ଯ୍ୟ ସୌମ୍ୟ, ମନୋଜ, ଝରଣା, ଜୁଲ୍ଲୀ, ମିନତୀ ପ୍ରମୁଖ ସହଯୋଗ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….