ରମ୍ଭା ତା -22/12/2023 ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ” ଯୁବ ଓଡ଼ିଶା ନବୀନ ଓଡ଼ିଶା ” କାର୍ଯ୍ୟକ୍ରମ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଓ ନୋଡାଲ ଅଫିସର ଇତିହାସ ଅଧ୍ୟାପକ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଫେସନ, ଡ୍ରାମା, କମେଡି,ସଙ୍ଗୀତ ଓ ,ନୃତ୍ୟ, କ୍ରୀଡା କ୍ରିକେଟ, ଜବଲିଙ୍ଗ ଥ୍ରୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋ କଲେଜ କମିଟି ସଦସ୍ୟ ଚନ୍ଦ୍ରଶେଖର ନାୟକ ଏବଂ ଅର୍ଥନୀତି ଅଧ୍ୟାପକ ବିପିନ କୁମାର ଦାଶ,ଓଡ଼ିଆ ଅଧ୍ୟାପକ ଭାସ୍କର ଚନ୍ଦ୍ର ମୁଦୁଲୀ, ଅଧ୍ୟାପକ ରଞ୍ଜିତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ l
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନୀରଞ୍ଜନ ମହାନ୍ତି, ଇଁରାଜୀ ଅଧ୍ୟାପକ ବ୍ରଜମୋହନ ପଣ୍ଡା,ଜିତେନ୍ଦ୍ର ପଟ୍ଟନାୟକ , ଗଣେଷ ବେହେରା, ଯୋଗୀନ୍ଦ୍ର ସାହୁ, ଅଧ୍ୟାପିକା ଟି. ଅଲିଶ୍ରୀ ଆଚାରୀ, ଗୌରୀ ବଳବନ୍ତରାୟ, ଡ଼ଃ ସାଗରୀକା ମହାପାତ୍ର , ଟି. ସ୍ଵାତି ଦେବୀ, ସହଯୋଗ କରିଥିବା ବେଳେ ନିମନ୍ତ୍ରିତ କ୍ରୀଡା ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡାର ନିୟମାବଳୀ ଅନୁସାରେ ପ୍ରତିଯୋଗିତା କରିଥିଲେ l ଏଥିରେ ସମସ୍ତ ଛାତ୍ର ଛାତ୍ରୀ ମୁହଁରେ ମାକ୍ସ, ହାତରେ ଗ୍ଲୋବସ ପରିଧାନ କରି ଡଷ୍ଟବିନ ଧରି କଲେଜ ଠାରୁ ମିଞ୍ଚିନି ପାଟଣାର ବଜାର କୁ ସଫେଇ କରିଥିଲେ ଏବଂ ସେଠାକାର ବାସିନ୍ଦା ମାନଙ୍କୁ ସ୍ୱଛ ପରିବେଶ ଓ ପରିମଳ ବିଷୟରେ ବୁଝାଇଥିଲେ l ତାପରେ ମିଞ୍ଚିନି ପାଟଣା ମୁଖ୍ୟ ରାସ୍ତାରେ ବାସିନ୍ଦାଙ୍କୁ ପଥପ୍ରାନ୍ତ ନାଟକ ଦ୍ୱାରା ରମ୍ଭା ସହର ଏବଂ ଏହାର ପରିବେଶ ସ୍ୱଛତା, ପଲିମଳ ବ୍ୟବସ୍ଥା ଏବଂ ପ୍ଲାଷ୍ଟିକ ମୁକ୍ତ ସହର ବିଷୟରେ ନାଟକୀୟ ଅଭିନୟ ମାଧ୍ୟମରେ ବୁଝାଇଥିଲେ l ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମଟି ହୋଇଥିବାରୁ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ..