ରମ୍ଭା ତା -22/12/2023 ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଖ୍ୟାତ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଇଛି । ଏଥିରେ ବିଭାଗର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ବାଦଲ ସାହୁ ଆଲୋଚନା ଚକ୍ରର ଅଧ୍ୟକ୍ଷତା କରି ମଣିଷ ଜୀବନରେ ଗଣିତର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଅଜିତ୍ କୁମାର ସେଠୀ ରାମାନୁଜଙ୍କ ଜୀବନୀ ଓ ଗଣିତ ବିଷୟରେ ତାଙ୍କର ଉଦ୍ଭାବନ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ ।
ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଷ୍ଣୁ ଚରଣ ବେହେରା, ସୁରଜ୍ କୁମାର ଗରଡ , ଦୂର୍ଗାବଳା ଟୁଡୁ ପ୍ରମୁଖ ରାମାନୁଯନ୍ ଙ୍କ ଗଣିତରେ କରିଥିବା ଉଦ୍ଭାବନ ବିଷୟରେ ପିଲା ମାନଙ୍କୁ ଆଲୋକପାତ କରାଇଥିଲେ । ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ସମସ୍ତ କର୍ମରତ କର୍ମଚାରୀ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ର, ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….