ରମ୍ଭା ତା -22/12/2023 ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏବଂ ନୋଡାଲ ଅଫିସର ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ରମ୍ଭା ଏନ. ଏ. ସି. ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅଭିଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ରୁପ ରେଖ, ଲକ୍ଷ୍ୟ, ଉଦ୍ଦେଶ୍ୟ, ସ୍ୱଛତା, ପରିମଳ, ପରିବେଶ ସମେତ ଆନୁସଙ୍ଗିକ ଉପରେ ଆଲୋକପାତ କରିଥିଲେ l
ଏଥି ସହିତ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କଲେଜ ଠାରୁ ରମ୍ଭା ଏନ ଏ ସି ପର୍ଯ୍ୟନ୍ତ ବିରାଟ ପଟୁଆରରେ ଫ୍ଲାକାର୍ଡ ବେନେର ଧରି ସ୍ୱଚ୍ଛ ରମ୍ଭା ସ୍ୱାସ୍ଥ୍ୟ ରମ୍ଭା, ପ୍ଲାଷ୍ଟିକ ମୁକ୍ତ ସହର ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ l ରମ୍ଭା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପଥପ୍ରାନ୍ତ ନାଟକ କଳାକାର ଛାତ୍ରୀମାନଙ୍କୁ ନେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ବିଜୟାନନ୍ଦ ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପରିବେଷଣ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ / ଅଧ୍ୟାପିକା ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଡ଼ଃ ଶିବ କୁମାର ମିଶ୍ର, ଡ଼ି. ତ୍ରିନାଥ ପ୍ରଧାନ, ଶରତ ଚନ୍ଦ୍ର ଯୋଶୀ, ,ବିଚିତ୍ରା ନନ୍ଦ ସାହୁ, ରୀନା କୁମାରୀ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ସତ୍ୟବାନ ପଣ୍ଡା, ବିଶ୍ୱନାଥ ରଥ, କାଳିଆ ବେହେରା, ରାମଚନ୍ଦ୍ର ନାହାକ,ମାଗୁଣି, ସାବିତ୍ରୀ, ବୈକୁଣ୍ଠ ନାୟକ , ଧରଣୀ, ଲଳିତେନ୍ଦୁ, ପ୍ରମୋଦ, ଶିବଶଙ୍କର, ପୂର୍ଣ୍ଣଚନ୍ଦ୍ର, ଦୁର୍ଯ୍ୟୋଧନ ଏବଂ ହାବିଲଦାର ରାମଚନ୍ଦ୍ର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ l ଅଭିନୟରେ ଶବର – ସୁନି ବେହେରା, ଶବରଣୀ -ଅର୍ପିତା ତରେଇ ମନୀଷା ସେଠୀ, ଭବାନୀ ବେହେରା , ପ୍ରମୁଖ ଛାତ୍ରୀ ଅଭିନୟ କରିଥିଲେ ଏବଂ ସୌଦାମିନୀ ବେହେରା ଓ ବିଦ୍ୟାଧର ବାରିକ ସଙ୍ଗୀତ ଗାନ କରିଥିଲେ ଏବଂ ବାଦ୍ୟ ଯନ୍ତ୍ରରେ ଜଗଦିଶ ଦାସ , ବାନାମ୍ବର ବେହେରା ସହଯୋଗ ଦେଇଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….