ରମ୍ଭା ତା -02/02/2024 ( ବନବାସୀ ସେଠୀ ) ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅଧ୍ୟକ୍ଷ ଡ଼ଃ. ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସାମୁହିକ ପ୍ରଦୀପ ପ୍ରଜ୍ବଳନ ସହ ସ୍ୱାଗତ ଭାଷଣ ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ଦେଇଥିବା ବେଳେ ସଂଯୋଜନା କରିଥିଲେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅମର ନାୟକ କାଯ୍ୟକ୍ରମ ର ଲକ୍ଷ୍ୟ,ଉଦ୍ଧେଶ୍ୟ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ଏହି ପରିପ୍ରେକ୍ଷୀରେ ଇଁରାଜୀ ଅଧ୍ୟାପିକା ସୁଶ୍ରୀ ସଂଗୀତା ପଣ୍ଡା କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ଛାତ୍ରୀ ମାନଙ୍କୁ ଉତ୍ସlହିତ କରାଇଥିଲେ l ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ତାଲିମ୍ ପ୍ରଦାନ ର ମାଷ୍ଟର ଟ୍ରେନର ସୁଶ୍ରୀ କଲ୍ୟାଣୀ କୁମାରୀ ପଣ୍ଡା ଓ ସୁଶ୍ରୀ ପୁଷ୍ପା ରାଣୀ ଦାଶ l ୧୨୧ ଜଣ ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ଓ ଆତ୍ମ ରକ୍ଷା ର ଜ୍ଞାନ ପ୍ରଦାନ କରିଥିଲେ l ଶେଷରେ ଇତିହାସ ଅଧ୍ୟାପକ କାଳୁ ଚରଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତତ ସଙ୍ଗେ ସଙ୍ଗେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମରତ କର୍ମଚାରୀ ଯଥା ରମେଶ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ଯୋଷୀ, ରୀନା ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଲଳିତେନ୍ଦୁ ବେହେରା, କାଳିଆ ବେହେରା, ପ୍ରମୋଦ ଚନ୍ଦ୍ର ବେହେରା, ବିଶ୍ଵନାଥ ରଥ, ସତ୍ୟବାନ ପଣ୍ଡା, ଶିବପ୍ରସାଦ ପଣ୍ଡା, ବିଦ୍ୟାଧର ବାରିକ, ବୈକୁଣ୍ଠ ନାହାକ, ଧରଣୀ ଧର ମଲିକ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ କୁ ସୁ ପରିଚାଳନାରେ ସହଯୋଗ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…