ଝାରସୁଗୁଡ଼ା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡ କ୍ରମାଗତ ଆର୍ଥିକ ୨୦୨୦-୨୧ ଓ ୨୦୨୧ ପାଇଁ ରାଜ୍ୟର ବୃହତ ରପ୍ତାନୀକାରୀ ଭାବେ ଏହାର ଝାରସୁଗୁଡ଼ା ସ୍ମେଲଟରର ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ଲାଭ କରିଛି । ଓଡ଼ିଶାର ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଏହି ପରସ୍କାରକୁ କମ୍ପାନି ପକ୍ଷରୁ ଅଶୋକ କୁମାର ପାତ୍ର, ମୁଖ୍ୟ ପରୋକ୍ଷ କର ମୁଖ୍ୟ ଓ କରନ କୁମାର ଅଗ୍ରୱାଲ, ଡେପୁଟି ମୁଖ୍ୟ ଟ୍ୟାକସେସନ ଡାଇରେକ୍ଟ ଓ ଇନଡାଇରେକ୍ଟ ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବେଦାନ୍ତ ଏହି ପୁରସ୍କାର ମଧ୍ୟ ୨୦୧୮-୨୦୧୯-୨୦ ପାଇଁ ଲାଭ କରିଥିଲା ।
ଆଲୁମିନିୟମ ବ୍ୟବସାୟର ସିଓଓ ସୁନୀଲ ଗୁପ୍ତା ପୁରସ୍କାର ବିଷୟରେ କହିଛନ୍ତି ଯେ, ଆମ କଂପାନି ଏହି ସମ୍ମାନଜନକ ଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ପାଇଥିବାରୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ରପ୍ତାନି ପ୍ରୋତ୍ସାହନ ଓ ମାର୍କେଟିଂ ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଜଣାଉଛି । ଆମର ଝାରସୁଗୁଡ଼ା ସ୍ମେଲଟରର ଭୂମିକା ମହତ୍ୱପୂର୍ଣ୍ଣ । ଭାରତର ଏକ ତୃତୀୟାଂଶରୁ ଅଧିକ ଆଲୁମିନିୟମ ଉତ୍ପାଦନ କରି ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା ପଦକ୍ଷେପକୁ ଆମେ ଦୃଢ କରିପାରିଛୁ । ଓଡ଼ିଶାର ଅଗ୍ରଗତିରେ ବେଦାନ୍ତର ଭୂମିକା ପାଇଁ ଆମେ ଗର୍ବିତ, ଆଲୁମିନିୟମ ଉତ୍ପାଦନ ଲାଗି ଏକ ବିଶ୍ୱସ୍ତରୀୟ ହବ ଭାବରେ ନିଜ କାର୍ଯ୍ୟକୁ ଆହୁରୀ ତ୍ୱରାନ୍ୱିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
ବାର୍ଷିକ ୧.୮ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପ୍ଲାଂଟ ହେଉଛି ରାଜ୍ୟର ବିଶ୍ୱର ସର୍ବ ବୃହତ ଆଲୁମିନିୟମ ପ୍ଲାଂଟ । ଏହାର ଉତ୍ପାଦ ଗୁଡ଼ିକ ବହୁ ଅତ୍ୟାଧୁନିକ ସାମଗ୍ରୀ ସହ ଏରୋସ୍ପେଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଛି । ଏହି ପ୍ଲାଂଟ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଉତ୍ପାଦନ କରୁଛି ଓ ଏହାର କାର୍ଯ୍ୟ ଦକ୍ଷତା ବିଶ୍ୱବ୍ୟାପୀ ପ୍ରଶଂସା ଲାଭ କରିଛି ।