ରମ୍ଭା ତା -:26.12.2023 ସ୍ଥାନୀୟ ହାଇସ୍କୁଲ ସ୍ଥିତ ମିନି ଷ୍ଟାଏଡିୟମ ଠାରେ ସରୋଜିନୀ ସୁବୁଦ୍ଧି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କପ 2023 ଚତୁର୍ଥ ଦିନରେ ଆଇ. ସି. ସି.ଇଛାପୁରମ କ୍ରିକେଟ କ୍ଲବ ସହ ଲିଡସ ସ୍ପୋର୍ଟିଂ କ୍ଲବ ବ୍ରହ୍ମପୁର ରେ ପ୍ରତିଯୋଗିତା ହୋଇଯାଇଛି l ଏଥିରେ ଲିଡସ ସ୍ପୋର୍ଟିଂ କ୍ଳବ ବ୍ରହ୍ମପୁର 19.4ଓଭର 10 ବିକେଟ ରେ 228 ରନ କରି ପରାସ୍ତ ହୋଇଥିବା ବେଳେ ଇଛାପୁରମ କ୍ରିକେଟ କ୍ଲବ 20 ଓଭର 9 ବିକେଟ ରେ 253 ରନ କରି ବିଜୟ ଲାଭ କରିଛନ୍ତି l ଇଚ୍ଛାପୁରମ କ୍ରିକେଟ କ୍ଳବର ଅଧିନାୟକ ଜି. ଲିଖିତ ମ୍ୟାନ ଅଫ ଦୀ ମେଚ ବିବେଚିତ ହୋଇଥିଲେ l ରମ୍ଭା କ୍ରିକେଟ କପ ସମିତି ର ଅଧ୍ୟକ୍ଷ ଟି. ବାପୁଜୀ ସୁବୁଦ୍ଧି,ସଭାପତି ସିମାଞ୍ଚଳ ବlଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ସହସମ୍ପାଦକ କ୍ଷେତ୍ର ମୋହନ ବେହେରା,, ତପନ ସାମନ୍ତ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାଷ୍ୟକାର ଶ୍ରୀକାନ୍ତ ନାୟକ ଓ ମହେଶ ମୁନ୍ଦ୍ରା ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ପାନେଲ ର ଏମ୍ପାୟାର ଦେବବ୍ରତ ଦାସ ଓ ସାର୍ଥକ ରଞ୍ଜନ ବିଶ୍ୱାଳ, ସ୍କୋରର ସତ୍ୟନାରାୟଣ ପରିଡା ଯୋଗ ଦେଇଥିଲେ l ରମ୍ଭା କ୍ରିକେଟ କ୍ଳବର ସଦସ୍ୟ କାହ୍ମା ସ୍ୱାଇଁ, ହିମାଂଶୁ ବୈଠାରୁ, ପ୍ରଫୁଲ୍ଲ ତରାଇ, ସଚିନ, ସନ୍ଦୀପ କୁମାର, ଜିଲ୍ଲୁ, ସିଲୁ, ଜଗନ୍ନାଥ ପାତ୍ର, ଧୀରଜ, ଧର୍ଯ୍ୟ ସୌମ୍ୟ, ମନୋଜ, ଝରଣା, ଜୁଲ୍ଲୀ, ମିନତୀ ପ୍ରମୁଖ ସହଯୋଗ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…