OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି(OSSC) ପକ୍ଷରୁ ପ୍ରକାଶ ପାଇଁ ବିଜ୍ଞପ୍ତି। ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ଆଣି ଦେଇଛି ଏକ ନିଯୁକ୍ତି ସୁଯୋଗ। ରାଜ୍ୟରେ କନିଷ୍ଠ ପ୍ରବର୍ତ୍ତନ ଅଫିସର ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ।
LINK;_ https://www.ossc.gov.in/Public/OSSC/Default.aspx
ଅନଲାଇନ ରେଜିଷ୍ଟ୍ରେସନ:
– ଜାନୁଆରୀ ମାସ ୧୬ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା।
-ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଫେବୃଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆବେଦନ ତାରିଖ:
– ଜାନୁଆରୀ ୧୬ ତାରିଖ ଅର୍ଥାତ ଚଳିତ ମାସ ୧୬ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା
-ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୧୮ ପର୍ଯ୍ୟନ୍ତ ଜାରି ରହିବ
-ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିଶନ୍ କରିପାରିବେ
ପଦବୀ:
–ଆଡମିନିଷ୍ଟ୍ରେସନ ଡାଇରେକ୍ଟର ବିଭାଗରେ କନିଷ୍ଠ ପ୍ରବର୍ତ୍ତନ ଅଫିସର
-ଆଇନ ପଦ୍ଧତି ନିୟନ୍ତ୍ରକ ବିଭାଗରେ କନିଷ୍ଠ ଆକାଉଣ୍ଟାଣ୍ଟ
ଶିକ୍ଷାଗତ ଯୋଗ୍ୟତା:
– ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ
– ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଜାଣିଥିବା ଜରୁରୀ
– ପ୍ରାର୍ଥୀ ଯେ କୌଣସି ଷ୍ଟ୍ରିମରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ
ବୟସ ସୀମା:
-ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଧାର୍ଯ୍ୟ କରାଯାଇଛି
-ସେହିପରି ସର୍ବାଧିକ ବୟସ ସୀମା ୨୦୨୩ ମସିହା ଜାନୁଆରୀ ମାସ ୧ ସୁଦ୍ଧା ୩୮ ବର୍ଷ ହୋଇଥିବା ଆବଶ୍ୟକ