ରମ୍ଭା ତା – 02/01/2024 ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳରେ ଗତ 30 ତାରିଖରେ ଏକ ସ୍ବେଛାସେବୀ ମିଳନ କାର୍ଯ୍ୟକ୍ରମ ଚିକିତ୍ସାଲୟର ମୁଖ୍ୟ ପରିଚାଳକ ସୁଦୀପ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହିଞ୍ଜିଳିକାଟୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ରହିଥିବା ବେଳେ ସମ୍ମାନିତ ଅତିଥି ଅଲ ଓଡ଼ିଶା ଏଗ୍ରିକଲଚର ଏଡ଼ଭାଇଜର ସୁରେନ୍ଦ୍ର ନାଥ ପ୍ରଧାନ, ଡ଼ଃ ଶ୍ରୀନିବାସ ସାର,ଏନ. ରଘୁନାଥ, ଜି. ଏମ. ଆନନ୍ଦ ରମଣ, ହିଞ୍ଜିଳି ବ୍ଲକ 69 ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରୀତି ସାହୁ ପ୍ରମୁଖ ମଞ୍ଚାସିନ ହୋଇ ଆଖି ଆମ ଶରୀର ର ଏକ ମୂଲ୍ୟବାନ ଅଙ୍ଗ ଏବଂ ଏହାର ସୁରକ୍ଷିତ ରହିଲେ ଆମେ ଆମ ଜୀବନରେ ବହୁତ ଲାଭ ଉଠାଇ ପରିବା l ଗ୍ରାମାଞ୍ଚଳରେ ଗରିବ ଲୋକମାନେ କିପରି ଆଖିର ଚିକିତ୍ସା ମାଗଣାରେ କରିପାରିବେ ଏବଂ ଏହା ସହ ମାଗଣାରେ ଔଷଧ ଓ ରହିବା ଖାଇବା ମାଗଣାରେ ହୋଇପାରିବ ସେଥିପାଇଁ ପ୍ରତେକ ସେବାସଂଗଠନ ମାନଙ୍କୁ ବୁଝାଇଥିଲେ l ଏତଦ ବ୍ୟତୀତ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଡ଼କ୍ଟର, ସ୍ବେଛାସେବୀ,ଚିକିତ୍ସାଳୟର କର୍ମକର୍ତ୍ତା ବୃନ୍ଦ ଏବଂ ବିଭିନ୍ନ ସେବାସଂଗଠନର ସଦସ୍ୟ ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିସହ ଖଲ୍ଲିକୋଟ ଡ଼ଃ ଏ. ପି. ଜେ. ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଖଲ୍ଲିକୋଟ ଓକିଲ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ଡ଼ଃ ପ୍ରକାଶ ପାଣିଗ୍ରାହୀ, ବିଜେଡି ମହିଳା ସଭାପତି ମିତାଞ୍ଜଳି ମିଶ୍ର, କବୟିତ୍ରୀ ଅଞ୍ଜନା ବେହେରା,ସୁଶ୍ରୀ ଲକ୍ଷ୍ମୀ ଦାଶ,ରମ୍ଭା ସେବକ ସଂଘ ର ସଭାପତି ହରେକୃଷ୍ଣ ମଲ୍ଲିକ, ମହାଦେବ ମଲ୍ଲିକ, ସାମ୍ବାଦିକ ବନବାସୀ ସେଠୀ ପ୍ରମୁଖ ଉପଢୌକନ ସହ ମାନପତ୍ର ପାଇ ସମ୍ବର୍ଦ୍ଧିତ ହୋଇଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…..