ନୂଆଦିଲ୍ଲୀ: ପେଟିଏମକୁ ମିଳିଛି ବଡ଼ ଝଟକା। ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ଆଉ ପେଟିଏମରେ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଫେବୃଆରୀ ୨୯ଠାରୁ ପେଟିଏମରେ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ। ପେଟିଏମ ନିୟମପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଇଛି।