ଖଲ୍ଲିକୋଟ : ମିଳିଥିବା ସୁଚନା ଅନୁଯାୟୀ ଅଜି ଅର୍ଥାତ୍ ୨୨/୦୧/୨୦୨୪ ରିଖ ସୋମବାର ଦିନ ଖଲ୍ଲିକୋଟ ,ଲଙ୍ଗଳେଶ୍ବର ନିକଟସ୍ଥ ଆୟତପୁର ଗ୍ରାମର ଯୋଗୀ ପ୍ରଧାନ ବୟସ ୫୬ବର୍ଷ ଓ ସ୍ତ୍ରୀ କାବୁଲି ପ୍ରଧାନ ବୟସ ୫୦ବର୍ଷ , ବଡକୁଳ ଖରିବନ୍ଧ ରୁ ନିଜ ନାତିକୁ ଦେଖିବାକୁ ଯାଇ ଫେରୁଥିବା ସମୟରେ ନାରାୟଣୀ ଛକରେ ଘଟିଥିଲା ଏହି ମର୍ମାନ୍ତକ ସଡ଼କ ଦୁର୍ଘଟଣା ଓ ନେଇଯାଇଥିଲା ଦୁଇ ନିରୀହ ଜୀବନ। ଘଟଣା ସ୍ଥାନ ରୁ ଦମକଳ ଗାଡି ଓ ୧୦୮ ଗାଡ଼ି ମାଧ୍ୟମରେ ଦୁଇ ମୃତଶରୀର କୁ ଖଲ୍ଲିକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିଛି ସମୟ ପାଇଁ ଖଲ୍ଲିକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।