ନୂଆଦିଲ୍ଲୀ,୦୮/୧୨: ଭାରତୀୟମାନେ ଏବେ ଚୀନ୍ ସାମଗ୍ରୀଠାରୁ ଯଥେଷ୍ଟ ଦୂରତ୍ୱ ରକ୍ଷା କରୁଛନ୍ତି । ଚାଇନା ମାଲ୍କୁ ନେଇ ଭାରତୀୟଙ୍କ ଆଗ୍ରହ ଧୀରେ ଧୀରେ କମ୍ ହେଉଛି । ଗତ ବର୍ଷକରେ ୪୫% ଲୋକ ଚୀନ୍ ସାମଗ୍ରୀକୁ ‘ନା’ କରିଛନ୍ତି । ସେହିଭଳି ଭାରତରେ ସବୁଠାରୁ ଅଧିକ ‘ମେଡ୍ ଇନ୍ ଚାଇନା’ ଗ୍ୟାଜେଟ୍ ବିକ୍ରି ହୋଇଥିବା ଜଣାପଡ଼ିଛି । ଲୋକାଲ ସର୍କଲ ପକ୍ଷରୁ ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ।
ଏଥିରେ ଅଂଶଗ୍ରହଣକାରୀଙ୍କୁ ପଚରାଯାଇଥିଲା ଯେ, ସେମାନେ ଗତ ୧୨ ମାସରେ ଚୀନ୍ରେ ପ୍ରସ୍ତୁତ କୌଣସି ସାମଗ୍ରୀ କିଣିଛନ୍ତି କି? ଏହି ସର୍ଭେରେ ୧୨୭୬୭ ଲୋକ ଅଂଶଗ୍ରହଣ କରିଥିଲେ । ଏତିମଧ୍ୟରୁ ୫୫% ଗତ ବର୍ଷକ ମଧ୍ୟରେ ଚୀନ୍ ସାମଗ୍ରୀ କିଣିଥିବା ପ୍ରକାଶ କରିଥିବାବେଳେ ୪୫% ଆଦୌ କିଣି ନ ଥିବା ପ୍ରକାଶ କରିଛନ୍ତି ।