ରମ୍ଭା/ତା:୦୨ ।୦୩।୨୪ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ଗଜପତିନଗର ଗ୍ରାମରେ ପୁଣ୍ୟାତ୍ମା ଶିକ୍ଷକ ଦେବହରି ବେହେରାଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଚଉଦ ଦେଶ ଛପନ ଖଣ୍ଡ ଗ୍ରାମ କୁଳ ସଭାପତି ଡମ୍ବରୁଧର ବେହେରାଙ୍କ ଅଧ୍ୟକ୍ଷତାରେଉକ୍ତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ,ସମ୍ମାନିତ ଅତିଥି ଭାବେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର,ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ,ବରିଷ୍ଠ ସମାଜସେବୀ ମହେଶ୍ବର ବରାଡ , ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ ,ଏପିଜେ ଅବଦୁଲ ଜନ କଲ୍ୟାଣ ଟ୍ରଷ୍ଟର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା, ଅନନ୍ୟ ଉତ୍କଳର ଅଧ୍ୟକ୍ଷ,ବ୍ରହ୍ମପୁରର ଚକ୍ଷୁ ଡାକ୍ତର ରାଜେନ୍ଦ୍ର କୁମାର ବେହେରା, ପ୍ରଭାତ କୁମାର ମିଶ୍ର, ଡିଆଇଟି ଖଲ୍ଲିକୋଟର ଶିକ୍ଷକ ପ୍ରଶିକ୍ଷକ ଜୟନ୍ତୀ ବେହେରା, ସିଆରସିସି ନରସିଂହ ବେହେରା,ବରିଷ୍ଠ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, କବୟିତ୍ରୀ ବାସନ୍ତୀ ଲତା ସ୍ବାଇଁ ପ୍ରମୁଖ ଯୋଗଦେଇ ଦିବ୍ୟଙ୍ଗତ ଶିକ୍ଷକ ଦେବହରି ବେହେରାଙ୍କ ଶିକ୍ଷକତା ଜୀବନୀ ଉପରେ ଆଲୋକପାତ କରିଥିଲେ l
ପୁଣ୍ୟାତ୍ମା ଦେବହରି ବେହେରାଙ୍କ ଫଟୋଚିତ୍ରରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, କବି, ଲେଖକ, ପ୍ରବେନ୍ଧିକ, ଗାଳ୍ପିକ, ସାହିତ୍ୟିକ, କଳାକାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସମେତ ଶୋକସନ୍ତୋପ୍ତ ପରିବାରଗଣ ପୁଷ୍ପମାଲ୍ୟ ଅର୍ପଣ ସହ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶେଷଦେବ ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ଜୟାନନ୍ଦ ବେହେରା,ଘନଶ୍ୟାମ ବେହେରା, ଅର୍ଜୁନ ବେହେରା, ନନ୍ଦ କିଶୋର ବେହେରା, ଟିକିନା ବେହେରା, କୈଳାଶ ବେହେରା, ମାନସ ବେହେରା, ଗଣେଶ କରି, ଦୁଷ୍ମନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସ୍ବର୍ଗତ ବେହେରାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଅଞ୍ଜନା ବେହେରା, ପୁତ୍ର ଓ କନ୍ୟା ପରିବାର ବନ୍ଧୁ ବର୍ଗ ସମେତ ଗଜପତିନଗର ଗ୍ରାମବାସୀ ଉପସ୍ଥିତ ଥିଲେ ।
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…..