ରମ୍ଭା ତା -23/12/2023 ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ମିଳିତ ସହଯୋଗରେ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ “ନୁଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ” କାର୍ଯ୍ୟକ୍ରମ ରେ ସଭାପତି ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱ କରିଥିଲେ l ସ୍ୱାଗତ ଭାଷଣ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ଦେଇଥିବା ବେଳେ ବିବରଣୀ ପଠନ ନୋଡାଲ ଅଫିସର ଇତିହାସ ଅଧ୍ୟାପକ ହେମନ୍ତ କୁମାର ଦାଶ କରିଥିଲେ ll ପ୍ରାରମ୍ଭରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ ସହ ପ୍ରାରମ୍ବିକ ସଙ୍ଗୀତ ପ୍ରିୟଙ୍କା ଦାସ ଗାନ କରିଥିଲେ l
ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ରମ୍ଭା ଏନ ଏ ସି ଅଧ୍ୟକ୍ଷା ମାନସୀ ସ୍ୱାଇଁ,, ଯୁକ୍ତ +୨ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ଦାଶ, ମୋ କଲେଜ କମିଟି ସଦସ୍ୟ ଚନ୍ଦ୍ରଶେଖର ନାୟକ ପ୍ରମୁଖ ମଞ୍ଚାସିନ ହୋଇ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ, ନିମନ୍ତ୍ରିତ ଅତିଥି ମାନଙ୍କୁ କେବଳ ସାଂସଦ ବିଧାୟକ ସମାଜସେବା କରିବେ ତାହା ଠିକ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଦୁର ଦୃଷ୍ଟି ଯୁବ ଓଡିଶା ପ୍ରତେକ କ୍ଷେତ୍ରରେ ଯୁବକ ମାନଙ୍କୁ ଅଂଶ ଗ୍ରହଣ କରିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ଲୁକାୟିତ ପ୍ରତିଭାରେ ସାମିଲ ହୋଇ ଉନ୍ମୋଚନ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଜଣାଇଥିଲେ l ପୁରସ୍କାର ବିତ୍ତରଣ ରେ ଅର୍ଥନୀତି ଅଧ୍ୟାପକ ବିପିନ କୁମାର ଦାଶ,ଓଡ଼ିଆ ଅଧ୍ୟାପକ ଭାସ୍କର ଚନ୍ଦ୍ର ମୁଦୁଲୀ, ଇଁରାଜୀ ଅଧ୍ୟାପକ ବ୍ରଜମୋହନ ପଣ୍ଡା, ଅଧ୍ୟାପକ ରଞ୍ଜିତ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନୀରଞ୍ଜନ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ , ଗଣେଷ ବେହେରା, ଯୋଗୀନ୍ଦ୍ର ସାହୁ, ଅଧ୍ୟାପିକା ଟି. ଅଲିଶ୍ରୀ ଆଚାରୀ, ଗୌରୀ ବଳବନ୍ତରାୟ, ଡ଼ଃ ସାଗରୀକା ମହାପାତ୍ର , ଟି. ସ୍ଵାତି ଦେବୀ, ଗାନ୍ଧୀ ନାହାକ, ଲକ୍ଷଣ ଜେନା, ନର୍ମଦା ପଣ୍ଡା ପ୍ରମୁଖ ଉଦଯାପନୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ଭାସ୍କର ଚନ୍ଦ୍ର ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….