ଆସନ୍ତା ଜନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଯାଉଥିବା ଭବ୍ୟ ପରିକ୍ରମା ପ୍ରକଳ୍ପ ଉଦସ୍ୟରେ ଗାଁ ଟୁ ସହର ପର୍ଯ୍ୟନ୍ତ ସରକାରୀ ତଃବିଲାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଗୁଆ ଚାଉଳ ସଂଗ୍ରହ ପାଇଁ ବୁଲୁଛି ଅର୍ପଣ ରଥ। କିନ୍ତୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଅର୍ପଣ ରଥକୁ ନେଇ ବିରାଟ ବ୍ୟତିକ୍ରମ ଦେଖିବାକୁ ମିଳିଛି।ଜଗନ୍ନାଥ ଙ୍କୁ କୁଆଡ଼େ ନେଲେ। ଦୁଃଖର ବିଷୟ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମିଲିତ ଉଧ୍ୟଗ ତଥା ସରକାରୀ ନିର୍ଦ୍ଦେଶ କ୍ରମେ ଗଡୁଥିବା ଅର୍ପଣ ରଥ କୁ ଅସମ୍ମାନ କରାଯାଉଥିବା ଦେଖିବାକୁ ମିଳିଛି।ଖଲ୍ଲିକୋଟ ସହରରେ ପଞ୍ଚାୟତ ସମିତି ତରଫରୁ ଅର୍ପଣ ରଥ ପାଇଁ ହେଉଥିବା ଗାଡ଼ି ଟି ଗୁଆ ଚାଉଳ ସଂଗ୍ରହ ପରିବର୍ତ୍ତେ ମୁଷ୍ଟି ମେୟ ଲୋକଙ୍କ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହି ବାଉଁଶ, ବଲ୍ ହା, ପଟା ବୋହିବା ଭଳି ଦୃଶ୍ୟ ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ସାଧାରଣ ଜନତାଙ୍କ ଧର୍ମ୍ୟ ଭାବନାକୁ କୁଠାରଘାତ କରିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ସଂପୃକ୍ତ ଅଧିକାରୀ ଓ ନେତା ମାନେ ଏ ଦୃଶ୍ୟ ଦେଖିଲା ପରେ କେତେ ମାତ୍ରା ରେ ସଚେତନ ହେଉଛନ୍ତି।