ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ଦୁର୍ନୀତି ପିଛା ଛାଡ଼ୁନଥିବା ବେଳେ ଆଉ ଏକ ଦୁର୍ନୀତି ପଦାକୁ ଆସିଛି।ପ୍ରକାଶ ଥାଉ କି କୋଦଳା ଏନଏସି ରେ ଦୀର୍ଘ ବର୍ଷ ହେବ ଅତ୍ୟଧିକ ଦୁର୍ନୀତି ବାରମ୍ବାର ହେଉଥିବା ବେଳେ ଏବେ ଆଉ ଏକ ଦୁର୍ନୀତି ପଦାକୁ ଆସିଛି କୋଦଳା ୧୦ନମ୍ବର ୱାର୍ଡ ର ତହସିଲ ଗ୍ରାଉଣ୍ଡ,ଥାନା ପରିସର,ଇଣ୍ଡୋର ଷ୍ଟାଡିୟମ,ମେଡିକାଲ ପାଚେରୀ ରେ ଦୀର୍ଘ ୨ ମାସ ହେବ ଚାଲିଛି କୋଦଳା ଏନଏସି ତରଫରୁ ୱାଲ ପେଣ୍ଟିଙ୍ଗ।ହେଲେ ଦୁଃଖର ବିଷୟ ଏହି ପେଣ୍ଟିଙ୍ଗ ଆରମ୍ବ ହେବାର ୨ ମାସ ବିତିଯାଇଥିଲେ ମଧ୍ୟ କାହିଁକି ଟେଣ୍ଡର ବାହାରିନାହିଁ ତାକୁ ନେଇ ଏବେ ବଡ଼ ପ୍ରଶ୍ନ?ବର୍ତମାନ ସୁଦ୍ଧା ଯେତିକି କାମ ଚାଲିଛି
ତାହା ଅନ ଲାଇନ ଟେଣ୍ଡର ହେବାକଥା କିନ୍ତୁ ବର୍ତମାନ ସୁଦ୍ଧା ହୋଇନାହିଁ?ଏହି ଟେଣ୍ଡର କୁ ସଟ୍ ଟେଣ୍ଡର କରି ଭାଗ ଭାଗ କରି ବିଲ କରି ଖାଇବା ପାଇଁ ଏଇ ଭଳି ଚକ୍ରାନ୍ତ କରିଛନ୍ତି କି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ?ଆମ ପ୍ରତିନିଧି ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ସାନିଟାଈଯେସନ ଏକ୍ସପର୍ଟ ଚନ୍ଦ୍ର କାନ୍ତ ମାରାଣ୍ଡି ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ।ଯାହାଫଳରେ ଏହିମାନେ ମଧ୍ୟ ଏହି ଦୂର୍ନୀତି ରେ ସାମିଲ୍ ଥିବା ସନ୍ଦେହ ହେଉଛି। ଏମିତି ବାରମ୍ବାର ଦୁର୍ନୀତି ରେ କୋଦଳା ଏନଏସି ବୁଡିରହୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ମୁକ ଓ ବଧିର ସାଜିଛନ୍ତି କାହିଁକି ବୋଲି ଅଂଚଳ ର ବୁଦ୍ଧିଜୀବୀ ମାନେ ଚର୍ଚ୍ଚା କରୁଛନ୍ତି। ତା ସହ ଏଇ ସରକାର ଉପରେ ଆଉ ଭରସା ନାହିଁ ଯାହା କରିବେ ଭଗବାନ ହିଁ କରିବେ ବୋଲି ମଧ୍ୟ୍ୟ ଆଲୋଚନା ହେଉଛି।


