ରମ୍ଭା ମିଞ୍ଚିନି ପାଟଣା ସବପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ l ଏହି ପୋଷ୍ଟ ଅଫିସ ମିଞ୍ଚନି ସାହେବଙ୍କ ସମୟରେ ନିଜର ଓ ଲୋକଙ୍କର ଟଙ୍କା କାରବାର ପାଇଁ ସୁବିଧା ଯୋଗାଇବା ନିମନ୍ତେ କେଉଁ କାଳରୁ ଅବସ୍ଥିତ ରହିଛି l ଏହି ଗ୍ରାମର ପ୍ରାୟ ଲୋକମାନେ ଚାଷୀ, ମୁଲିଆ ଏବଂ ପେନସନଧାରୀ ହୋଇଥିବାରୁ ନିଜ ନିଜର ଟଙ୍କା ସଞ୍ଚୟ, ଟଙ୍କା ଉଠାଣ, ମନି ଅର୍ଡର,ଓ ପାର୍ସଲ ସୁବିଧା ପାଇପାରୁଥିଲେ l ଏହି ପୋଷ୍ଟ ଅଫିସକୁ ଆଖ ପାଖ ପଞ୍ଚାୟତ, ସ୍କୁଲ, କଲେଜ, ସେଲଟେକ୍ସ ଅଫିସ ସାଙ୍ଗକୁ ଏକକାଳୀନ ଜମା ଓ ମାସିକ ଜମା, ଏମ. ଆଇ. ଏସ. ଓ କେ. ଭି. ପି. କରିବାରେ ସୁବିଧା ପାଇପାରୁଥିଲେ l ଏହି ପୋଷ୍ଟ ଅଫିସ ଉଠଗଲେ ସମସ୍ତେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଯିବେ ବୋଲି ବୃଦ୍ଧ ବୃଦ୍ଧା ମାନେ ମତ ଦେଇଛନ୍ତି l
ଆସନ୍ତା ୨୦ ତାରିଖରେ ଅଫିସ ବନ୍ଦ ହୋଇଯିବ ବୋଲି କାନ୍ଥରେ ନୋଟିସ ଲାଗିଗଲାଣି l ଗତ ୩୦ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଲିଖିତ ଭାବେ ଦାବିପତ୍ର ଦେଇ ଅନୁରୋଧ କରିଥିଲେ l ତତ ସଙ୍ଗେ ସଙ୍ଗେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଭୁବନେଶ୍ୱର ପୋଷ୍ଟାଲ ସୁପରିଟେଣ୍ଣ୍ଡେଣ୍ଟ ଙ୍କୁ ଦାବିପତ୍ର ଦେଇ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟକମିଟି ସଭାପତି ଆର. ସୋମନାଥ ରେଡ୍ଡୀ, ଜେ. ଭାସ୍କର ପାତ୍ର, ଇନ୍ଦ୍ର ଜେନା, ରବିନ୍ଦ୍ର ଗୌଡ଼, ଗୋବିନ୍ଦ ପାତ୍ର, ସି ଲକ୍ଷ୍ମଣ ପାତ୍ର, ଏ. ରଘୁନାଥ ପାତ୍ର, ଭଗବାନ ଦାଶ, ରାଜକିଶୋର ପଟ୍ଟନାୟକ, ଏନ. ପରାମ୍ମା ପାତ୍ର ସହ ଗ୍ରାମର ଶତାଧିକ ମହିଳା ପୁରୁଷଏହି ଆନ୍ଦୋଳନରେ ସହଯୋଗ କରିଥିଲେ l


