ରମ୍ଭା ତା – ୨୬.୨.୨୦୨୬: ରମ୍ଭା ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଖଲ୍ଲିକୋଟ ବ୍ଲକ ଅଧିନସ୍ଥ କେଶପୁର ପଞ୍ଚାୟତର ଚିଲିକା ନିକଟସ୍ଥ ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ତଥା ଖଲିକୋଟ ରାଜନ୍ୟ ବର୍ଗଙ୍କ ଦ୍ଵାରା ନିର୍ମିତ ଐତିହ୍ୟ ସମ୍ପନ୍ନ “ହାୱା ମହଲ” ପରିସରରେ ଏଣେ ତେଣେ ବିକ୍ଷିପ୍ତ ଭାବେ ପଡିରହିଥିବା ପରିତ୍ୟକ୍ତ ବର୍ଜ୍ୟ ପ୍ଲାଷ୍ଟିକ ଆବର୍ଜନା ଗୁଡ଼ିକୁ ସଂଗ୍ରହ ପୂର୍ବକ ସଫେଇ କରିବା ସଙ୍ଗେ ସଙ୍ଗେ ଏକ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି ।

ଏଥିରେ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ,ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିଜୟ କୁମାର ବିଶ୍ବାଳ,ବିଶିଷ୍ଟ ପରିବେଶବିତ୍ ଧନେଶ୍ଵର ବିଧାର,ସାମନ୍ତ ନିର୍ମଳ ରଣସିଂହ, ଜିଲ୍ଲା ପରିଷଦ ସଦସ୍ୟ ବିନାୟକ ଜାଲି , କେଶପୁର ସରପଞ୍ଚ ବିଚିତ୍ର ଜାଲି ,ମନ୍ଦିର ପରିଚାଳନା କମିଟିର ମୁଖ୍ୟ କୀର୍ତ୍ତନ ପଳେଇ, କେଶପୁର ବନ ପାଳ ବଳରାମ ସାହୁ,ରମ୍ଭା ବନ ପାଳ ସ୍ୱର୍ଣ୍ଣପ୍ରଭା ମହାପାତ୍ର, ପିଟିଶାଳ ବନପାଳ ଦୁର୍ଗା ଚରଣ ଟୁଡୁ,ବନରକ୍ଷୀ ସନ୍ତୋଷ କୁମାର ସାହୁ,ଭାନୁମତୀ ବେହେରା, ସ୍ମୃତି ରଞ୍ଜନ ରଥ,ତପନ କୁମାର ଜେନା, ଆଲୋକ କୁମାର ଜେନା, ସୁଭଦ୍ରା ଜେନା, ଚିରାଗ ମାରାଣ୍ଡି ପ୍ରମୁଖ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ l ଏହି ବିଭାଗରେ କାର୍ଯ୍ୟରତ ଆଣ୍ଟି ପୋଚିଙ୍ଗ ସ୍କ୍ୱାର୍ଡ,ମୋହନ ପୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବୃନ୍ଦ,ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁଜିତ ବେହେରା,ଅମର ସାହୁ,ଅନୀଲ ତରେଇ,ପ୍ରଦୀପ୍ତ କୁମାର ସାହୁ, ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମରେ ନିୟୋଜିତ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରି ଥିଲେ । ଏହି ପ୍ରଦୂଷଣ ମୁକ୍ତ କାର୍ଯ୍ୟକ୍ରମକୁ ତେନ୍ତୁଳିଆ – ମୋହନ ପୁର ଗ୍ରାମ ବାସୀ ସ୍ଵାଗତ କରି ପ୍ରଶଂସା କରିଥିଲେ ।


