By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ ବିରୋଧୀ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ଜାତୀୟ > ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ ବିରୋଧୀ
ଜାତୀୟ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ ବିରୋଧୀ

ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା

Last updated: January 5, 2026 4:09 am
By
Smita Khatua
BySmita Khatua
Chairman
Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and...
Follow:
2 Min Read
Share
Image: thehindu
Image: thehindu
SHARE

ଡେରାଡୁନ: ଉତ୍ତରାଖଣ୍ଡର ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ତୀବ୍ର ହୋଇଛି । ଲୋକଙ୍କ ଆକ୍ରୋଶ ଥମିବାର ନାଁ ଧରୁନାହିଁ । ବିରୋଧୀମାନେ ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ରାଜନୈତିକ ଦଳଗୁଡ଼ିକ ସହିତ ବହୁ ସଂଖ୍ୟକ ଜନସାଧାରଣ ପ୍ରତିବାଦରେ ଯୋଗ ଦେଇଥିଲେ। ପ୍ରତିବାଦକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ । କିନ୍ତୁ ପରବର୍ତ୍ତୀ ବ୍ୟାରିକେଡ୍ ପାଖରେ ପହଞ୍ଚିବା ପୂର୍ବରୁ ପୋଲିସ ସେମାନଙ୍କୁ ଅଟକାଇଥିଲା।

ଏହି ସମୟ ମଧ୍ୟରେ ପ୍ରତିବାଦକାରୀ ସ୍ଲୋଗାନ ଦେଇଥିଲେ, ‘ଅଙ୍କିତା ଭଣ୍ଡାରୀଙ୍କୁ ନ୍ୟାୟ ଦିଅ ଏବଂ ଭିଆଇପିମାନଙ୍କ ନାମ ପ୍ରକାଶ କର।’ ଲୋକମାନେ ଜୋରଦାର ପ୍ରତିବାଦ କରିଥିଲେ । ପ୍ରତିବାଦକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ଅଙ୍କିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ କରା ନଯାଏ, ତେବେ ପ୍ରତିବାଦ ଆହୁରି ତୀବ୍ର ହେବ।

କଂଗ୍ରେସ, ଉତ୍ତରାଖଣ୍ଡ କ୍ରାନ୍ତି ଦଳ (ୟୁକେଡି), ମହିଳା ମଞ୍ଚ, ବାମପନ୍ଥୀ ଦଳ ଏବଂ ସାମାଜିକ ସଂଗଠନର କର୍ମୀମାନେ ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତ “ଭିଆଇପି”ଙ୍କ ନାମ ପ୍ରକାଶ କରିବା ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ଦୋହରାଇଥିଲେ।

ପ୍ରତିବାଦରେ ଯୋଗଦେବା ପାଇଁ ଲୋକଙ୍କୁ ଆହ୍ବାନ କରିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ)ର ରାଜ୍ୟ ସମ୍ପାଦକ ଇନ୍ଦ୍ରେଶ ମୈଖୁରୀ କହିଛନ୍ତି ଯେ, ହତ୍ୟା ମାମଲାର ତଦନ୍ତ କରୁଥିବା ହରିଦ୍ୱାର ଏସ୍ପି (ଗ୍ରାମୀଣ) ଶେଖର ସୁୟାଲଙ୍କ ଅନୁସାରେ ଏହି ମାମଲାରେ କୌଣସି ‘ଭିଆଇପି’ଙ୍କ ସମ୍ପୃକ୍ତି ନାହିଁ, ତାହା ଗ୍ରହଣୀୟ ନୁହେଁ।

ପାଉରି ଜିଲ୍ଲାର ଯମକେଶ୍ୱରର ବନ୍ତାରା ରିସର୍ଟରେ ରିସେପ୍ସନିଷ୍ଟ ଭାବରେ କାମ କରୁଥିବା ଅଙ୍କିତା ଭଣ୍ଡାରୀ (୧୯)ଙ୍କୁ ସେପ୍ଟେମ୍ବର ୧୮, ୨୦୨୨ରେ ହତ୍ୟା କରାଯାଇଥିଲା। ଏହି ମାମଲା ଜଣାପଡ଼ିବା ପରେ, ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିବାକୁ ବାଧ୍ୟ ହୋଇଥିଲେ। ପାଉରିରେ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଏବଂ SIT ର ସଦସ୍ୟ ଥିବା ଶେଖର ସୁୟାଲ ଶନିବାର କହିଛନ୍ତି ଯେ, ଏହି ମାମଲାରେ କୌଣସି ‘ଭିଆଇପି’ ଜଡିତ ନାହାଁନ୍ତି। ବର୍ତ୍ତମାନ, ଶେଖର ସୁୟାଲ ହରିଦ୍ୱାର ପୋଲିସ ଅଧୀକ୍ଷକ (ଗ୍ରାମୀଣ) ଅଛନ୍ତି ।

ଉତ୍ତରାଖଣ୍ଡର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ପତ୍ନୀ ବୋଲି ଦାବି କରୁଥିବା ଅଭିନେତ୍ରୀ ଉର୍ମିଳା ସାନୱାର ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ ରାଠୋରଙ୍କ ସହ ତାଙ୍କର କଥିତ କଥାବାର୍ତ୍ତାର ଅଡିଓ ରେକର୍ଡିଂ ଜାରି କରି ଅଭିଯୋଗ କରିଥିଲେ ଯେ, ଅଙ୍କିତା ହତ୍ୟା ମାମଲାରେ ଜଡ଼ିତ ‘ଭିଆଇପି’ ହେଉଛନ୍ତି ‘ଗଟ୍ଟୁ’ ନାମକ ଜଣେ ବିଜେପି ନେତା । ଅନ୍ୟ ଏକ ଭିଡିଓରେ, ସନାୱାର ଗଟ୍ଟୁଙ୍କ ନାମ ମଧ୍ୟ ପ୍ରକାଶ କରିଥିଲେ । ତାଙ୍କର ଏହି ଦାବି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।

Author

Smita Khatua

Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and amplifying community voices, ensuring that the platform reflects integrity, fairness, and cultural sensitivity.

ମଜଭୁତ୍‌ ହେବ ରାଷ୍ଟ୍ରୀୟ ସୁରକ୍ଷା, ଶ୍ରୀହରିକୋଟାରୁ ମହାକାଶକୁ ଯିବ ଅନ୍ୱେଷା
ଦିଲ୍ଲୀ ହାଉସିଂ ସୋସାଇଟି ମୁଖ୍ୟଙ୍କୁ ଗୁଳି କରି ହତ୍ୟା
ନିଜର ଭୁଲ ସ୍ବୀକାର କଲା ସୋସିଆଲ ମିଡିଆ ଏକ୍ସ
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
TAGGED:newso
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad1
Happy0
Angry0
Previous Article ୧୧ତମ ଦିନରେ ମହିଳା କ୍ରିକେଟ ପ୍ରଦର୍ଶନୀ ମେଚରେ ଗଞ୍ଜାମ କ୍ରିକେଟ ଆସୋସିଏସନ ୬ ଉଇକେଟରେ ବିଜୟୀ
Next Article ୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
ରାଜନୀତି
ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଓଡ଼ିଶା
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ଓଡ଼ିଶା
ବିଜୟ ପରେ ବିରାଟଙ୍କ ଇମୋସନାଲ ବୟାନ
ଖେଳ
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up