By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ଅପରାଧ > କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ
ଅପରାଧ

କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ

ଅଯୋଗ୍ୟ ଘୋଷିତ ହେଲେ, ଜାଣନ୍ତୁ କାହିଁକି?

Last updated: January 5, 2026 4:31 am
By
Smita Khatua
BySmita Khatua
Chairman
Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and...
Follow:
2 Min Read
Share
SHARE

ତିରୁଅନନ୍ତପୁରମ ୪।୧: ନେଦୁମଙ୍ଗଡ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ପୂର୍ବତନ ପରିବହନ ମନ୍ତ୍ରୀ ତଥା ଏଲଡିଏଫ ବିଧାୟକ ଏଣ୍ଟନୀ ରାଜୁଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ୧୯୯୦ ମସିହାରେ ଏକ ଡ୍ରଗସ୍ ଜବତ ମାମଲାରେ ଅଭିଯୁକ୍ତ ଜଣେ ବିଦେଶୀ ନାଗରିକକୁ ସହାୟତା କରିବା ପାଇଁ ସେ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା। କୋର୍ଟଙ୍କ ଏହି ରାୟ ପରେ ରାଜୁଙ୍କୁ ଲୋକ ପ୍ରତିନିଧିତ୍ୱ ଅଧିନିୟମରେ ଅଯୋଗ୍ୟ ଘୋଷିତ କାରଯାଇଛି।

ତେବେ ବିଧାନସଭା ସଚିବାଳୟ ଏ ବାବଦେ ଆଇନଗତ ପରାମର୍ଶ କରିବା ପରେ ଏନେଇ ଔପଚାରିକ ନିର୍ଦ୍ଦେଶ ଜାରି କରିବେ। ତିରୁଅନନ୍ତପୁରମ ବିଧାନସଭା ନିର୍ବାଚନମଣ୍ଡଳିରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଥିବା ରାଜୁ ୨୦୨୬ ବିଧାନସଭା ନିର୍ବାଚନରେ ଲଢିବା ଲାଗି ଅଯୋଗ୍ୟ ଘୋଷିତ ହେବେ। ସେ କ୍ଷମତାସୀନ ଏଲଡିଏଫର ମେଣ୍ଟ ଦଳ ଜନାଧିପତ୍ୟ କେରଳ କଂଗ୍ରେସର ନେତା ଅଟନ୍ତି। ତିରୁଅନନ୍ତପୁରମର ପୂର୍ବତନ କୋର୍ଟ କ୍ଲର୍କ କେ.ଏସ.ଜୋସଙ୍କୁ ମଧ୍ୟ କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାଜୁଙ୍କୁ ଧାରା ୧୨୦-ବି ଅନୁସାରେ ୬ ମାସ, ଧାରା ୨୦୧ ଅନୁସାରେ ୩ ବର୍ଷ, ଧାରା ୧୯୩ ଅନୁସାରେ ୩ ବର୍ଷ ଓ ୪୬୫ରେ ୨ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି। ଏହି ସବୁ ଦଣ୍ଡ ରାଜୁ ଏକାଠି ଭୋଗିବେ। ସେହିପରି ଜୋସଙ୍କୁ ଧାରା ୪୦୯ ଅନୁସାରେ ୧ ବର୍ଷ ଜେଲଦଣ୍ଡାଦେଶ କରାଯାଇଥିବା ବେଳେ ଅନ୍ୟ ଦଣ୍ଡ ମଧ୍ୟ ଦିଆଯାଇଛି। କୋର୍ଟ ଜୋସଙ୍କ ଉପରେ ୧୫ ହଜାର ଟଙ୍କା ଜରିମନା କରିଛନ୍ତି। ରାଜୁଙ୍କୁ ୧୦ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି। ତେବେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ସେମାନେ ମାସକ ମଧ୍ୟରେ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଅପିଲ ଦାୟର କରିପାରିବେ ବୋଲି କୋର୍ଟ କହିଛନ୍ତି।

ଏହି ମାମଲା ୪ ଏପ୍ରିଲ ୧୯୯୦ ମସିହାର। ଅଷ୍ଟ୍ରେଲିୟ ନାଗରିକ ଏଣ୍ଡ୍ରୟୁ ସାଲଭାଟୋର ସେର୍ୱେଲିଙ୍କୁ ତିରୁଅନନ୍ତପୁରମ ବିମାନ ବନ୍ଦରରେ ୨ପ୍ୟାକେଟ୍ ହାସିସ ସହିତ ଗିରଫ କରାଯାଇଥିଲା। ମାମଲାରେ ଦୌରାଜଜ କୋର୍ଟ ଅଷ୍ଟ୍ରେଲିୟ ନାଗରିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଥିଲେ।ତେବେ କେରଳ ହାଇକୋର୍ଟ ତାଙ୍କୁ ୧୯୯୪ ମସିହାରେ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ। ଏଣୁ ବିଦେଶୀ ନାଗରିକ ସ୍ୱଦେଶ ଫେରିଯାଇଥିଲେ। ତେବେ ଅଭିଯୋଗକାରୀ କେ.କେ. ଜୟମୋହନ ମାମଲାର ପ୍ରମାଣ ନଷ୍ଟ କରାଯାଇଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ସାକ୍ଷ ସହ ସୂଚନା ଦେଇଥିଲେ। ହାଇକୋର୍ଟର ଭିଜିଲାନ୍ସ ଶାଖା ଓ ପରେ ପୋଲିସ ଯାଞ୍ଚରେ ରାଜୁ ଓ ଜୋସ କଥିତ ରୂପେ ପ୍ରମାଣ ହେରଫେର କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡିଥିଲା।

Author

Smita Khatua

Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and amplifying community voices, ensuring that the platform reflects integrity, fairness, and cultural sensitivity.

KGMU ଛାତ୍ରୀ ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାରେ ବନ୍ଧାହେଲେ ଡାକ୍ତର
ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ
ରକ୍ଷକ ସାଜିଛନ୍ତି ଭକ୍ଷକ, ୧୦ ମାସରେ ୧୭ ଲାଞ୍ଚୁଆ ପୋଲିସ୍ ଗିରଫ
TAGGED:antony raju
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad0
Happy0
Angry0
Previous Article ୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ
Next Article ମାଡୁରୋଙ୍କୁ ଧୋକା ଦେଲେ ନିଜ ଅଙ୍ଗରକ୍ଷୀ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
ରାଜନୀତି
ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଓଡ଼ିଶା
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
ଜାତୀୟ
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ଓଡ଼ିଶା
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up