ରମ୍ଭା ତା- ୧୭.୦୧.୨୪ ରିଖ ବୁଧବାର ଦିନ ଗୋପାଳକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ସୁବଳୟା ଖେଳ ପଡ଼ିଆରେ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପାଲୁର ଜଙ୍ଗଷନର ଏକାଦଶ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସାନରାମଚନ୍ଦ୍ରପୁରୁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ହଜାରୀ ରାମ ବେହେରା ଯୋଗ ଦେଇ କ୍ରୀଡା ଉତ୍ସବକୁ ଉଦ୍ ଘାଟନ କରିଥିବା ବେଳେ ବିଦ୍ୟାଳୟ ର ଉପଦେଷ୍ଟା ତଥା ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ଶିଶୁଙ୍କୁ କ୍ରୀଡ଼ାର ମହତ୍ଵ ବୁଝାଇଥିଲେ। ସମ୍ମାନିତ ଅତିଥି ରୂପେ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ବେହେରା ଉତ୍ତମ ସ୍ବାସ୍ଥ୍ୟ ପାଇଁ ବ୍ୟାୟାମ ଏକାନ୍ତ ଆବଶ୍ୟକ ତାହା ଶିଶୁ ମାନଙ୍କୁ ଅବଗତ କରାଇଥିଲେ। ଗୋପାଳ କୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ସୁବଳୟାର ଖେଳ ଶିକ୍ଷକ ଭଞ୍ଜ କିଶୋର ବିଶ୍ଵାଳ , ଗାଣ୍ଡୁ ନାହାକ ହାଇସ୍କୁଲ ଝାରେଡି ରାଧା ଗୋବିନ୍ଦପୁରର ଖେଳ ଶିକ୍ଷକ ସଞ୍ଜିବ କୁମାର ନାୟକ, ଗୋପାଳକୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟର ଖେଳ ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଶିଶୁଙ୍କୁ କ୍ରୀଡା ଓ ସ୍ବାସ୍ଥ୍ୟର ସୁଫଳ ତଥା ଆବଶ୍ୟକ ସମ୍ପର୍କରେ ବୁଝାଇଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳକୁଦ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।
ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରିୟର ଗୁରୁଜୀ ପ୍ରମୋଦ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଦେବାଶିଷ ବେହେରା, ମନୋଜ କୁମାର ପାଢ଼ୀ,ଦୀପା ସାହୁ, ରୂପାଲି ମୁଦୁଲି, ସ୍ବପ୍ନାରାଣୀ ପାତ୍ର, ଗୁରୁବାରୀ ବେହେରା, ପି.ସଂନ୍ଧ୍ୟା ପ୍ରଧାନ,ସୁଦେଷ୍ଣା ପାଣିଗ୍ରାହୀ,ମାମାଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ….