ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଦୁଇ ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା l ପାଞ୍ଚ ରୁ ଉର୍ଦ୍ଧ ଗୁରୁତର ଆହାତ ହୋଇଥିବା ବେଳେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଶୁକ୍ରବାର ବିଳମ୍ବିତ ରାତିରେ ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ନାମକ ବସ ସହ ଦୀପକ ନାମକ ଏକ ଘରୋଇ ବସ ମୁହାଁ ମୁହିଁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା l ଫଳରେ ଦିଲଖୁସ ବସ ଚାଳକ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହାତ ମାନଙ୍କୁ ଆସିକା ମେଡିକାଲ ରେ ଭର୍ତି କରାଯାଇଥିବା ଜଣା ପଡିଛି l ତେବେ ଦୁର୍ଘଟଣା ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଖ ପାଖ ତିନି ଥାନା ଅଧିକାରୀ ଙ୍କ ସହ ଆସିକା ଏସଡିପିଓ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ l
କୋଦଳା ରୁ ଭଗବାନ୍ ପାଢ଼ୀଙ୍କ ରିପୋର୍ଟ….